ଓଡିଶା

odisha

ଲୋକସେବା ଭବନ କର୍ମଚାରୀଙ୍କ ହେବ ସ୍ଵାବ ଟେଷ୍ଟ

By

Published : Jul 30, 2020, 12:15 PM IST

ଲୋକସେବା ଭବନ କର୍ମଚାରୀଙ୍କ ହେବ ସ୍ଵାବ ଟେଷ୍ଟ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଲୋକସେବା ଭବନ କର୍ମଚାରୀଙ୍କ ହେବ ସ୍ଵାବ ଟେଷ୍ଟ
ଲୋକସେବା ଭବନ କର୍ମଚାରୀଙ୍କ ହେବ ସ୍ଵାବ ଟେଷ୍ଟ

ଭୁବନେଶ୍ବର: ଲୋକସେବା ଭବନରେ କାର୍ଯ୍ୟରତ ସବୁ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କର ରକ୍ତ ନମୂନା ଓ ସ୍ବାବ ପରୀକ୍ଷା କରାଯିବ । କ୍ୟାପିଟାଲ ହସପିଟାଲରେ ଏସବୁ ପରୀକ୍ଷା କରାଯିବ । ତେବେ ପରୀକ୍ଷାରେ ଯେଉଁମାନଙ୍କର ପଜେଟିଭ ବାହାରିବ ସେମାନଙ୍କୁ ଚିକିତ୍ସା ସହ କ୍ବାରେଣ୍ଟାଇନରେ ପଠାଯିବ ବୋଲି ନିଷ୍ପତି ହୋଇଛି ।

ଲୋକସେବା ଭବନ କର୍ମଚାରୀଙ୍କ ହେବ ସ୍ଵାବ ଟେଷ୍ଟ

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ନିର୍ଦ୍ଦେଶନାମା ଜାରି କରିଛି । ଓଡିଶା ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ପୂର୍ବରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଟେଷ୍ଟ ପାଇଁ ଲିଖିତ ଅନୁରୋଧ କରିଥିଲେ । ଯାହାକୁ ବିଚାରକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ନିଷ୍ପତ୍ତି ନେଇଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ସବୁ ବିଭାଗ ସହ କ୍ୟାପିଟାଲ ହସ୍ପିଟାଲକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details