ଓଡିଶା

odisha

By

Published : Nov 21, 2020, 11:20 AM IST

Updated : Nov 21, 2020, 12:38 PM IST

ETV Bharat / city

ଶୀତ ଅଧିବେଶନର ଦ୍ବିତୀୟ ଦିନ; ଗୃହରେ ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ

ଗୃହରେ ହାଜତ ମୃତ୍ୟୁ ମାମଲା ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ବାଚସ୍ପତିଙ୍କ ରୁଲିଂ ସହ ଗୃହର ସମସ୍ତ କାର୍ଯ୍ୟ ବାତିଲ କରି ମୋସନ ଜରିଆରେ ଆଲୋଚନା କରିବାକୁ ଦାବି କଲେ ବିରୋଧୀ ଦଳ ନେତା । ଅଧିକ ପଢନ୍ତୁ...

ଗୃହରେ ଉଠିଲା ହାତଜ ମୃତ୍ୟୁ ପ୍ରସଙ୍ଗ
ଗୃହରେ ଉଠିଲା ହାତଜ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ବର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ହାଜତ ମୃତ୍ୟୁ ମାମଲା ଉଠାଇଲେ ବିରୋଧୀ ଦଳ ନେତା । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ସରକାରଙ୍କ କଲେ ଟାର୍ଗେଟ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଛନ୍ତି । ଗୃହ କାର୍ଯ୍ୟ ଆରମ୍ଭରୁ ମୁଲତବୀ ନୋଟିସ ଆଣିଥିଲା ବିଜେପି ।

ବିଧାନସଭାର ଶୀତକାଳିନୀ ଅଧିବେଶନ ସକାଳ 10.30 ରୁ ଆରମ୍ଭ ହୋଇଯାଇଛି । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀ ହାଜତ ମୃତ୍ୟୁ ପ୍ରସଙ୍ଗ ଆଣି ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି । ପୁରୀ ଏସପିଙ୍କ ନିର୍ଦ୍ଦେଶରେ ଯୁବକଙ୍କୁ ଉଠାଇ ନେବା ପରେ ତାକୁ ପିଟିପିଟି ମାରିଦେଲି । ଏପରିକି ପରିବାର ଲୋକଙ୍କୁ ନ ଜଣାଇ ଅନ୍ତିମ ସଂସ୍କାର ମଧ୍ୟ କରିଦିଆଗଲା । ଆଉ ଯେଉଁମାନେ ଦେଖିଲେ ସେମାନଙ୍କୁ ବ୍ରହ୍ମଗୁରୁ ଥାନାକୁ ନେଇଯାଇଗଲେ । ପରେ କହୁଛନ୍ତି ଧସ୍ତାଧସ୍ତିରେ ମରିଗଲେ । ଛୋଟ ଲୋକଙ୍କୁ ମାରି କେତେ ଦିନ ଆଇପିଏସ ଓ ଆଇଏଏସଙ୍କୁ ସରକାର ବଞ୍ଚାଇବେ ବୋଲି ପ୍ରଦୀପ୍ତ ନାୟକ ପ୍ରଶ୍ନ କରିଛନ୍ତି ।

2018ରୁ 2020 ଏହି ଦୁଇ ବର୍ଷ ମଧ୍ୟରେ 198 ଜଣଙ୍କ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ଏସପିଙ୍କୁ ଦଣ୍ଡିତ କରାଯାଉ । ପାଟଣାଗଡରେ 6 ଜଣଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରାଯାଇଛି । କଳାହାଣ୍ଡିରେ ଆବାସ ଯୋଜନାର ଘର ପାଇଁ ଶାରୀର ସମ୍ପର୍କ ରଖିବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା । ତେବେ ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହି ସମସ୍ତ ଘଟଣା ପାଇଁ ଏସପି ବଦଳି କରାଯାଇ କେବଳ ଲୋକଙ୍କ ଆଇୱାସ କରାଯାଇଛି । ତେଣୁ ସେ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ବାଚସ୍ପତି ରୁଲିଂ ଦେବାକୁ କହିଥିଲେ । ଗୃହର ସବୁ କାର୍ଯ୍ୟସୂଚୀ ବାତିଲ କରି ମୋସନ ଆକାରରେ ଏ ପ୍ରସଙ୍ଗ ଆଲୋଚନା ହେଉ ବୋଲି ସେ ନିଜର ଦାବି ରଖିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 21, 2020, 12:38 PM IST

ABOUT THE AUTHOR

...view details