ଭୁବନେଶ୍ବର: ଏସଟିଏଫ୍ ସ୍କାନରରେ ଲେଡି ଡନ୍ । ଖୋର୍ଦ୍ଧାର କୁଖ୍ୟାତ ନିଶା ମାଫିଆ ଛୋଟା ଖୋଲିଛି ଏମାନଙ୍କର ଗୁମର । କେମିତି ଖୋର୍ଦ୍ଧାରେ ଚାଲିଛି ଲେଡି ଡନ୍ଙ୍କ ରାଜ । କାହା ଇସାରାରେ ଚାଲିଛି ମାଫିଆ ରାଜ ସହ ବେଆଇନ ପଥରଖନନ । ତିନିଦିନିଆ ରିମାଣ୍ଡରେ ଥିବା ଛୋଟା ଏସଟିଏଫ ଆଗରେ ଓଗାଳିଛି ଏପରି କିଛି ତଥ୍ୟ । ଯାହାକୁ ନେଇ ତଦନ୍ତ ଆଗେଇଛି ଏସଟିଏଫ୍ ।
ସୂଚନା ମୁତାବକ, ଏସଟିଏଫ ସ୍କାନରରେ କିଛି ଲେଡି ଡନ ରହିଛନ୍ତି । ଯାହାଙ୍କ ବିରୋଧରେ ତଥ୍ୟ ପ୍ରମାଣ ଯୋଗାଡ ଆରମ୍ଭ କରିଦେଇଛି ଏସଟିଏଫ ଟିମ୍ । ଯେଉଁମାନେ କି ଛୋଟା ସହ ସଞ୍ଜୟ ପାଇକରାୟ ଓ ଜନ୍ ଭଳି ଗିରଫ ହୋଇଥିବା ଅପରାଧିଙ୍କ ଲିଙ୍କରେ ରହିଛନ୍ତି । ଛୋଟାଠୁ ଏଭଳି ତଥ୍ୟ ପରେ ସେମାନଙ୍କ ଦୁର୍ବଳତାର ସୁଯୋଗ ନେଇ ପ୍ରମାଣ ଯୋଗାଡ କରୁଛି ଏସଟିଏଫ ଟିମ୍ । ସାଇଣ୍ଟିଫିକାଲ ଏଭିଡେନ୍ସ ସହ ଲୋକାଲ ଏଭିଡେନ୍ସ ଆଧାରରେ ଗିରଫ କରିବାର ମଧ୍ୟ ଯୋଜନା ଚଳାଇଛି ।