ଓଡିଶା

odisha

By

Published : Jan 2, 2021, 12:46 PM IST

ETV Bharat / city

ଓବିସି କମିଶନ ଦାୟିତ୍ବ ନେଲେ ଜଷ୍ଟିସ୍‌ ରଘୁନାଥ ବିଶ୍ଵାଳ

ଆଜି ଓବିସି କମିଶନ ଭାବେ ଦାୟିତ୍ଵ ନେଲେ ଜଷ୍ଟିସ ରଘୁନାଥ ବିଶ୍ଵାଳ । ଅଧିକ ପଢନ୍ତୁ ...

ଜଷ୍ଟିସ୍‌ ରଘୁନାଥ ବିଶ୍ଵାଳ
ଜଷ୍ଟିସ୍‌ ରଘୁନାଥ ବିଶ୍ଵାଳ

ଭୁବନେଶ୍ବର: ଆଜି ଓବିସି କମିଶନ ଭାବରେ ଦାୟିତ୍ଵ ନେଇଛନ୍ତି ଜଷ୍ଟିସ ରଘୁନାଥ ବିଶ୍ଵାଳ । ଏହାସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ, ମିତାଲି ଚିନ୍ନାରା ଓ ପ୍ରସନ୍ନ କୁମାର ପାତ୍ର ସଦସ୍ୟ ଭାବେ ଦାୟିତ୍ଵ ନେଇଛନ୍ତି ।

ଦାୟିତ୍ଵ ଗ୍ରହଣ ପରେ କମିଶନ ଜଷ୍ଟିସ ରଘୁନାଥ ବିଶ୍ଵାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଯଦି କୌଣସି ଜାତିରେ ଲୋକ ଓବିସି ବର୍ଗକୁ ଆସିବା ପାଇଁ ଚାହିଁବ ଆସି ପାରିବ । ଏହାସହ କୌଣସି ଓବିସି ବର୍ଗରେ ଥାଇ ଯଦି ସାମାଜିକ ଓ ଆର୍ଥିକ ସ୍ତରରେ ସ୍ଵଛଳ ଥାନ୍ତି ସେ ସେମାନଙ୍କ ନାମ ଓବିସି ତାଲିକାରୁ ହଟେଇ ପାରିବେ ।’

ଏଥିପାଇଁ ଏକ ଡାଟା ତିଆରି ହେବ । ରାଜ୍ୟରେ କେତେ ଓବିସି ଅଛନ୍ତି ତାହାର ଡାଟା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି । ରିଜରଭେସନ ପାଇଁ ମଣ୍ଡଳ କମିଶନରେ ଯାହା ଅଛି ତାକୁ ଲାଗୁ କରିବା ପାଇଁ ଚେଷ୍ଟା କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

ସୂଚନାଥାଉକି, 2020 ମସିହା ଫେବୃଆରୀ ମାସରେ ରାଜ୍ୟସରକାର ଓବିସି କମିଶନ ଗଠନ କରିବା ସହ କମିଶନ ନିଯୁକ୍ତ କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details