ଓଡିଶା

odisha

By

Published : Oct 7, 2021, 3:56 PM IST

Updated : Oct 7, 2021, 4:43 PM IST

ETV Bharat / city

ଜଳେଶ୍ବର ବିଧାୟକ ଅଶ୍ବିନୀଙ୍କୁ କୋରୋନା, ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ବର ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ଜଳେଶ୍ବର ବିଧାୟକ ଅଶ୍ବିନୀଙ୍କୁ କୋରୋନା, ହସ୍ପିଟାଲରେ ଭର୍ତ୍ତି
ଜଳେଶ୍ବର ବିଧାୟକ ଅଶ୍ବିନୀଙ୍କୁ କୋରୋନା, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର:ବାଲେଶ୍ବର ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ରଙ୍କୁ କୋରୋନା । ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ବର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିବେଳେ ଏବେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ଜଳେଶ୍ବର ବିଜେଡି ବିଧାୟକ ଅଶ୍ବିନୀଙ୍କୁ ଥଣ୍ଡା ଜ୍ଵର ହୋଇଥିବାରୁ ତାଙ୍କର ଟେଷ୍ଟ କରାଯାଇଥିଲା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଅଶ୍ବିନୀଙ୍କୁ ସ୍ବାସ୍ଥ୍ୟାବସ୍ଥା ବିଗୁଡୁଥିବା ଲକ୍ଷ୍ୟ କରି ପରିବାର ଲୋକ ତାଙ୍କୁ ଭୁବନେଶ୍ବର ସମ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ଚିକିତ୍ସା ଆରମ୍ଭ ହୋଇଛି । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 7, 2021, 4:43 PM IST

ABOUT THE AUTHOR

...view details