ଓଡିଶା

odisha

By

Published : May 12, 2021, 7:28 PM IST

ETV Bharat / city

ବିଏମସି କମିଶନର ହେଲେ ସଞ୍ଜୟ; ପ୍ରମୋସନ ନା ଡିମୋସନ ?

ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ହଟାଇ ସଞ୍ଜୟ ସିଂଙ୍କୁ ବିଏମସି କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । 1997 ବ୍ୟାଚର ଆଇଏଏସ ଅଫିସର ସଞ୍ଜୟଙ୍କୁ କମିଶନର ଭାବେ ନିଯୁକ୍ତି ଅନେକ ସନ୍ଦେହ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

Inside story of new appointment BMC commissioner Sanjay singh
ବିଏମସି କମିଶନର ହେଲେ ସଞ୍ଜୟ; ପ୍ରମୋସନ ନା ଡିମୋସନ ?

ଭୁବନେଶ୍ବର: ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ହଟାଇ ସଞ୍ଜୟ ସିଂ ଙ୍କୁ ବିଏମସି କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । 1997 ବ୍ୟାଚର ଆଇଏଏସ ଅଫିସର ସଞ୍ଜୟଙ୍କୁ କମିଶନର ଭାବେ ନିଯୁକ୍ତି ଅନେକ ସନ୍ଦେହ ସୃଷ୍ଟି କରିଛି । ସଞ୍ଜୟଙ୍କୁ କମିଶନର ଭାବେ ନିଯୁକ୍ତି ତାଙ୍କର ପ୍ରମୋସନ ନା ଡିମୋସନ ? ଏ ନେଇ ପ୍ରଶ୍ନବାଚୀ ଲାଗିଛି ।

ବିଏମସି କମିଶନର ହେଲେ ସଞ୍ଜୟ; ପ୍ରମୋସନ ନା ଡିମୋସନ ?

ସରକାର ଯେତେବେଳେ ଚାହିଁବେ ସେତେବେଳେ ପ୍ରଶାସନିକ ସ୍ତରରେ ଅଦଳବଦଳ କରିପାରିବେ । ନୂଆ ନିଯୁକ୍ତି ମଧ୍ୟ ଦେଇପାରିବେ । ଏହା ଏକ ନିରନ୍ତର ପ୍ରକ୍ରିୟା । ତେବେ କିଛି ଅଦଳବଦଳ ବା ନୂଆ ନିଯୁକ୍ତି ସନ୍ଦେହ ସୃଷ୍ଟି କରେ । ଏବେ ଯେମିତି ସଞ୍ଜୟ ସିଂଙ୍କ କ୍ଷେତ୍ରରେ ଉପୁଜିଛି । ପ୍ରେମଚନ୍ଦ୍ର ଚୌଧୁରୀଙ୍କ ବଦଳି ହେବା ନେଇ ବେଶ କିଛି ଦିନ ହେଲା ପାୱାର କରିଡରରେ ଚର୍ଚ୍ଚା ହେଉଥିଲା । ତାଙ୍କ ବଦଳରେ ଗଞ୍ଜାମ ଜିଲ୍ଲାପାଳ ଥିବା ବିଜୟ ଅମୃତ କୁଲାଙ୍ଗେ ନୂଆ ବିଏମସି ହେବା ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଦକ୍ଷ ପ୍ରଶାସକ ଭାବେ ବିଜୟ ଅମୃତ କୁଲାଙ୍ଗେ ନିଜକୁ ପରିଚିତ କରିସାରିଲେଣି । କୋଭିଡର ପ୍ରଥମ ଲହରରେ ଗଞ୍ଜାମର ସ୍ଥିତିକୁ ଅତି ସତର୍କତାର ସହ ସମ୍ଭାଳି ନିଜକୁ ପ୍ରମାଣିତ କରିଛନ୍ତି ସେ । ତେବେ ହଠାତ ସଞ୍ଜୟଙ୍କୁ କମିଶନର ଭାବେ ନିଯୁକ୍ତି ଅନେକ ପ୍ରଶ୍ନ ସୃଷ୍ଟି କରିଛି । 2010 ବ୍ୟାଚର ଆଇଏଏସ ପ୍ରେମଚନ୍ଦ୍ରଙ୍କୁ 1997 ବ୍ୟାଚର ବରିଷ୍ଠ ପ୍ରଶାସକ ରିପ୍ଲେସ କରିବା ଟିକେ ଅସ୍ବାଭାବିକ ଲାଗୁଛି । ନୂଆ ନିଯୁକ୍ତି ପୂର୍ବରୁ ସଞ୍ଜୟ ଗୁରୁତ୍ବପୂର୍ଣ୍ଣ ବୈଷୟିକ ଶିକ୍ଷା, ସୂଚନା ଓ ଲୋକ ସଂପର୍କ ସଚିବ ଓ ଇଡକୋ ସିଏମଡି ଭାବେ ଦାୟିତ୍ବରେ ଥିଲେ । କୋଭିଡ ମୁକାବିଲା ନେଇ ଅଗାମୀ ଦିନରେ ରାଜ୍ୟ ସରକାର ବିଏମସି ଅଞ୍ଚଳରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ତେଣୁ ସଞ୍ଜୟଙ୍କୁ ବିଏମସି କମିଶନର ଭାବେ ଦାୟିତ୍ବ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ 2019 ପାଟକୁରା ଉପନିର୍ବାଚନ ଅନିୟମିତତା ମାମଲାରେ ହାଇକୋର୍ଟ ଶେଷ ଶୁଣାଣି ହେବାକୁ ଯାଉଛି । ଯାହା ସରକାରଙ୍କ ବିରୋଧରେ ଯାଉଥିବା ଚର୍ଚ୍ଚା ହେଉଛି । ତେଣୁ ପ୍ରେମଚନ୍ଦ୍ରଙ୍କୁ ସରକାର ବଦଳି କରିଥିବା ଚର୍ଚ୍ଚା ହେଉଛି । କାରଣ ପାଟକୁରା ନିର୍ବାଚନ ସମୟରେ କେନ୍ଦ୍ରାପଡାର ଜିଲ୍ଲାପାଳ ଥିଲେ ପ୍ରେମଚନ୍ଦ୍ର । ନିର୍ବାଚନରେ ପ୍ରେମଚନ୍ଦ୍ର ଅନିୟମିତତା କରିଥିବା ନେଇ ପାଟକୁରା ବିଜେପି ପ୍ରାର୍ଥୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କ ଭୂମିକା ନେଇ ତାଙ୍କୁ ବଦଳି କରାଯାଇଥିବା ଚର୍ଚ୍ଚା ହେଉଛି । ଉପ ନିର୍ବାଚନର ଠିକ ପରେ ପ୍ରେମଚନ୍ଦ୍ରଙ୍କୁ ବିଏମସି କମିଶନର ଭାବେ ବଦଳି କରାଯାଇଥିଲା । ତାଙ୍କ ସ୍ଥାନରେ ସମର୍ଥ ବର୍ମା କେନ୍ଦ୍ରାପଡାର ନୂଆ ଜିଲ୍ଲାପାଳ ହୋଇଥିଲେ । ତେବେ ସେ ଯାହା ହେଉନା କାହିଁକି ସଂଜୟଙ୍କୁ ବିଏମସି କମିଶନର ଭାବେ ନିଯୁକ୍ତି ମିଳିବା ପରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କଡା ପ୍ରତିକ୍ରିୟା ରଖି ଯେ ସେ ଜଣେ ଦୁର୍ନୀତିଗ୍ରସ୍ତ ଅଫିସର ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details