ଓଡିଶା

odisha

ଓଡିଶାର କୋରୋନା ଯୋଦ୍ଧାଙ୍କୁ ଆକାଶମାର୍ଗରୁ ଶୁଭେଚ୍ଛା

By

Published : May 3, 2020, 1:13 PM IST

ଓଡିଶାର କୋରୋନା ମୁକାବିଲାରେ ନିୟୋଜିତ ପ୍ରମୁଖ ଯୋଦ୍ଧା ମାନଙ୍କୁ ଆକାଶମାର୍ଗରୁ ଶୁଭେଚ୍ଛା । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁଷ୍ପବର୍ଷା କରି ଶୁଭେଚ୍ଛା ଜଣାଇଛି ବାୟୁସେନା । ଯାହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି କିମ୍‌ସ ହସପିଟାଲରେ କାର୍ଯରତ ସ୍ବାସ୍ଥ୍ୟସେବା କର୍ମଚାରୀ । ଅଧିକ ପଢନ୍ତୁ...

indian-air-force-aircraft-showers-flower-petals-on-kims-hospital-bhubaneswar
ଓଡିଶାର କୋରୋନା ଯୋଦ୍ଧାଙ୍କୁ ଆକାଶମାର୍ଗରୁ ଶୁଭେଚ୍ଛା

ଭୁବନେଶ୍ବର: ଓଡିଶାର କୋରୋନା ମୁକାବିଲାରେ ନିୟୋଜିତ ପ୍ରମୁଖ ଯୋଦ୍ଧା ମାନଙ୍କୁ ଆକାଶମାର୍ଗରୁ ଶୁଭେଚ୍ଛା । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁଷ୍ପବର୍ଷା କରି ଶୁଭେଚ୍ଛା ଜଣାଇଛି ବାୟୁସେନା । ଯାହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି କିମ୍‌ସ ହସପିଟାଲରେ କାର୍ଯରତ ସ୍ବାସ୍ଥ୍ୟସେବା କର୍ମଚାରୀ ।

ଓଡିଶାର କୋରୋନା ଯୋଦ୍ଧାଙ୍କୁ ଆକାଶମାର୍ଗରୁ ଶୁଭେଚ୍ଛା

କୋରୋନା ଭାଇରସ ସମଗ୍ର ବିଶ୍ବ ପାଇଁ ସଙ୍କଟ ଭାବେ ଉଭା ହୋଇଛି । ଏଭଳି ସ୍ଥିତିରେ ଜୀବନକୁ ଖାତିର ନକରି କୋରୋନା ରୋଗୀଙ୍କ ସେବା କରୁଛନ୍ତି ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ । ତେଣୁ ସେମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଆକାଶମାର୍ଗରୁ ଶୁଭେଚ୍ଛା ପୁଷ୍ପବର୍ଷା କରି ଶୁଭେଚ୍ଛା ଜଣାଇଛି ବାୟୁସେନା ।

କିମ୍‌ସ ହସପିଟାଲରେ ମଧ୍ୟ ଏହି ଅବସରରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ, ସୁଇପର, ୱାଚମ୍ୟାନଙ୍କ ସମେତ କୋଭିଡ ହସପିଟାଲର ଅନେକ କର୍ମଚାରୀ ସାମିଲ ହୋଇଛନ୍ତି । ସେମାନଙ୍କୁ ଉତ୍ସାହିତ ପାଇଁ ଆକାଶ ମାର୍ଗରୁ କିମସ ହସପିଟାଲ ପରିସରରେ ଫୁଲ ବର୍ଷା କରାଯାଇଛି । ହେଲିକପ୍ଟର ଜରିଆରେ ଫୁଲ ବର୍ଷା କରାଯାଇ କୋରୋନା ଯୁଦ୍ଧରେ ସାମିଲ ଥିବା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି । ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ ମାନେ ଏଥିପାଇଁ ବାୟୁସେନାକୁ ଧନ୍ୟବାଦ ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details