ଓଡିଶା

odisha

By

Published : Sep 19, 2022, 10:23 PM IST

ETV Bharat / city

ମାନବତାର ଭବିଷ୍ୟତ ଗଠନରେ ଆଇଆଇଟି ହେଉଛି ମନ୍ଦିର : ଧର୍ମେନ୍ଦ୍ର ପ୍ରଧାନ

ଆଇଆଇଟି ଠାରୁ ଆମ ସମାଜର ଅନେକ ଆଶା ଓ ଆକାଂକ୍ଷା ରହିଛି । ଆଇଆଇଟିଆନ୍ସଙ୍କୁ ବିକାଶ ଏବଂ ପ୍ରଗତିର ମାର୍ଗଦର୍ଶକ ହେବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ମାନବତାର ଭବିଷ୍ୟତ ଗଠନରେ ଆଇଆଇଟି ହେଉଛି ମନ୍ଦିର : ଧର୍ମେନ୍ଦ୍ର ପ୍ରଧାନ
ମାନବତାର ଭବିଷ୍ୟତ ଗଠନରେ ଆଇଆଇଟି ହେଉଛି ମନ୍ଦିର : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ସମଗ୍ର ଭାରତ ବର୍ଷରେ ଥିବା ଆଇଆଇଟି ଗୁଡ଼ିକ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ସହିତ ମାନବତା ପାଇଁ ଭବିଷ୍ୟତ ଗଠନ ରୂପକ ଏକ ମନ୍ଦିର । ସମାଜର ଉନ୍ନତି ପାଇଁ ଉଦ୍ଭାବନ କରିବାର ଦାୟିତ୍ବ ନିଏ ଆଇଆଇଟି ( Indian Institute Of Technology ) । ଆଇଆଇଟି ମାଡ୍ରାସର ୨୦୨୧-୨୭ ରଣନୈତିକ ଯୋଜନା ଏବଂ ରାଷ୍ଟ୍ର ନିର୍ମାଣ ଓ ଶିକ୍ଷା ସହ ଜଡ଼ିତ ବିଭିନ୍ନ ଉପକ୍ରମର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ( Union Education minister Dharmendra Pradhan ) ।

ଏମ୍ଫାସିସ୍ ସେଣ୍ଟର ଫର୍ କ୍ବାଣ୍ଟମ ସାଇନ୍ସ ଓ କୋଟକ୍- ଆଇଆଇଟି ମାଡ୍ରାସ ସେଭ୍ ଏନର୍ଜି ମିଶନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଇଆଇଟି ଠାରୁ ଆମ ସମାଜର ଅନେକ ଆଶା ଓ ଆକାଂକ୍ଷା ରହିଛି । ଆଇଆଇଟିଆନ୍ସଙ୍କୁ ବିକାଶ ଏବଂ ପ୍ରଗତିର ମାର୍ଗଦର୍ଶକ ହେବାକୁ ପଡ଼ିବ । 3ଡି ପ୍ରିଣ୍ଟିଂ ଟେକ୍ନୋଲୋଜି ଭଳି ଅନେକ ନୂଆ ଟେକ୍ନୋଲୋଜି, ନିର୍ମାଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହୋଇପାରିବ ଏବଂ ବିସ୍ଥାପନର ସମସ୍ୟାକୁ ଦୂର କରିବା ସହ ଗରିବଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବାରେ ସହାୟକ ହୋଇପାରିବ ।

ସମାଜର ଉନ୍ନତି ପାଇଁ ଭାରତର ଆଇଆଇଟି ଗୁଡ଼ିକ ଉଦ୍ଭାବନ କରିବାର ଦାୟିତ୍ବ ନିଏ । ଆଇଆଇଟି ସାହାଯ୍ୟରେ ହିଁ ଭାରତ ୨୦୨୩ ସୁଦ୍ଧା ସ୍ବଦେଶୀ ଜ୍ଞାନକୌଶଳରେ 5G ନେଟୱାର୍କ ବ୍ୟବହାର କରିବାକୁ ଯାଉଛି । ଏହା ଆମର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବ । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଟି ସଂକଳ୍ପକୁ ଗ୍ରହଣ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । ଭାରତକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ଏବଂ ବିକଶିତ ଭାରତର କଳ୍ପନାକୁ ସାକାର କରିବା ଦିଗରେ ଆଇଆଇଟି ମାଡ୍ରାସ ଭଳି ଶିକ୍ଷାନୁଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଭାରତ ଦୃତ ଗତିରେ ଆଗକୁ ବଢ଼ୁଥିବା ବେଳେ ଘରୋଇ ଆବଶ୍ୟକତାକୁ ପୂରଣ କରିବା ଆଇଆଇଟି ଦ୍ବାରା ସମ୍ଭବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଆଇଆଇଟି ମାଡ୍ରାସ ଦ୍ବାରା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଜିଡିଆଇ ଇଞ୍ଜିନ ଏବଂ ଆଇଆଇଟି ମାଡ୍ରାସର ଇନକ୍ୟୁବେସନରେ ପ୍ରସ୍ତୁତ ଲୋ-କଷ୍ଟ ଭେଜିଟେବୁଲ କାର୍ଟ୍ ଲୋକାର୍ପଣ ହୋଇଛି । କେନ୍ଦ୍ରମନ୍ତ୍ରୀ କ୍ୟାମ୍ପସ ପରିସରରେ ଥିବା 5G ଟେଷ୍ଟ୍ ବେଡ୍, ଆଡଭାନ୍ସଡ ମ୍ୟାନୁଫ୍ୟାକ୍ଚରିଂ ଟେକ୍ନୋଲୋଜି ଡେଭଲପମେଣ୍ଟ ସେଣ୍ଟର, ଆଇଆଇଟି ମାଡ୍ରାସର ଷ୍ଟାର୍ଟଅପ୍ ଅଗ୍ନିକୁଲ କୋସମୋସର ରକେଟ୍ ଫ୍ୟାକ୍ଟ୍ରି, ହେଲଥ କେୟାର ଟେକ୍ନୋଲୋଜି ଇନୋଭେସନ ସେଣ୍ଟର ଏବଂ ଆଇଆଇଟି ମାଡ୍ରାସର ଇନକ୍ୟୁବେସନ ସେଲ୍ ତଥା ସୁଧା ଗୋପାଳକ୍ରିଷ୍ଣନ ବ୍ରେନ୍ ସେଣ୍ଟର ଏବଂ 3ଡି ପ୍ରିଣ୍ଟେଡ୍ ହାଉସ ପରିଦର୍ଶନ ମଧ୍ୟ କରିଥିଲେ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details