ଓଡିଶା

odisha

By

Published : Jun 27, 2021, 8:53 PM IST

Updated : Jun 27, 2021, 10:52 PM IST

ETV Bharat / city

IAS ସ୍ତରରେ ବଡ ଧରଣର ଅଦଳବଦଳ

IAS ସ୍ତରରେ ବଡ ଧରଣର ଅଦଳବଦଳ
IAS ସ୍ତରରେ ବଡ ଧରଣର ଅଦଳବଦଳ

20:45 June 27

IAS ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ବର: ଆଜି(ରବିବାର) ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । 19 ଆଇଏଏସଙ୍କୁ ଅଦଳବଦଳ କରିଛନ୍ତି ସରକାର । କିଛିଦିନ ପୂର୍ବରୁ ବିଏମସି କମିଶନରୁ ସାଧାରଣ ପ୍ରଶାସନ ବିଭାଗର OSD କରାଯାଇଥିବା ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ନୂଆ ନିଯୁକ୍ତି ମିଳିଛି । 2010 ବ୍ୟାଚର ଏହି ଅଫିସରଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ(WODC)ର CEO ଭାବେ ନୂଆ ଦାୟିତ୍ବ ମିଳିଛି ।

ସାଧାରଣ ପ୍ରଶାସନ ବିଭାଗରୁ ବାହାରିଥିବା ବିଜ୍ଞପ୍ତି ଅନୁସାରେ, ୧୯୯୮ ବ୍ୟାଚ୍‍ ଆଇଏଏସ୍‍ ଅଫିସର ସୁରେଶ କୁମାର ବଶିଷ୍ଟଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେ ପୂର୍ବରୁ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ଥିଲେ । ୨୦୦୮ ବ୍ୟାଚ୍‍ ଆଇଏଏସ୍‍ ଭୂପିନ୍ଦର ସିଂହ ପୁନିଆଙ୍କୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

ଏଥିସହିତ ସେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଓ ଇଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ବ ଅତିରିକ୍ତ ଭାବେ ତୁଲାଇବେ । ୨୦୧୦ ବ୍ୟାଚ ଆଇଏଏସ୍‍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ ବଦଳି କରାଯାଇଛି । କିଛିଦିନ ପୂର୍ବରୁ ବିଏମସି କମିଶନରୁ ସାଧାରଣ ପ୍ରଶାସନ ବିଭାଗର OSD ଭାବେ ପ୍ରେମଚନ୍ଦ୍ରଙ୍କୁ ବଦଳି କରାଯାଇଥିଲା ।

୨୦୧୨ ବ୍ୟାଚ୍‍ ଆଇଏଏସ୍‍ ଅନୁପମ ସାହାଙ୍କୁ ଓପେସାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେ ଗଜପତି ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଉଥିଲେ । ସେହିପରି ସୋନପୁର ଜିଲ୍ଲାପାଳ ଥିବା ୨୦୧୩ ବ୍ୟାଚ୍‍ ଆଇଏଏସ୍‍ ମୋନାଲିସା ବାନାର୍ଜୀଙ୍କୁ ବରଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ଥିବା ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ୱାଇ.ବିଜୟଙ୍କୁ ପଶୁ ସମ୍ପଦ ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି ସରକାର ।

୨୦୧୫ ବ୍ୟାଚ୍‍ ଆଇଏଏସ୍‍ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାପାଳ, ୨୦୧୫ ବ୍ୟାଚ୍‍ ଆଇଏଏସ୍‍ ସୁନିଲ ନରୱାଣେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ରାଉରକେଲା ଏଡିଏମ୍‍ ଭାବେ ଦାୟିତ୍ବ ତୁଲାଉଥିଲେ । ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ଏଡିଏମ୍‍ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ସେହିପରି ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ବିଶାଳ ସିଂହଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି ସରକାର । ସେ ଯାଜପୁର ପିଡି ଡିଆରଡିଓ ଦାୟିତ୍ବ ତୁଲାଉଥିଲେ ।  

୨୦୧୭ ବ୍ୟାଚ୍‍ ଆଇଏଏସ୍‍ ସୋମେଶ କୁମାର ଉପାଧ୍ୟାୟଙ୍କର କଳାହାଣ୍ଡି ପିଡି ଡିଆରଡିଏ ଭାବେ ବଦଳି ହୋଇଛି । ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ସୁଶ୍ରୀ ପ ଅନ୍ୱେଶା ରେଡ୍ଡୀ ମୟୂରଭଞ୍ଜ ପିଡି, ଡିଆରଡିଏ ଭାବେ ନିଯୁକ୍ତି ପାଇଛନ୍ତି । ସେ ବାରିପଦା ପୌରପାଳିକାର କାର୍ଯ୍ୟର୍ନିବାହୀ ଅଧିକାରୀ ଥିଲେ । ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ଦିବାକର ଟି.ଏସ. ଓକାକର ଓଏସ୍‍ଡି ଭାବେ ବଦଳି ହୋଇଛନ୍ତି ।  

ସେ ଧର୍ମଗଡ ଉପଜିଲ୍ଲାପାଳ ଦାୟିତ୍ବ ତୁଲାଉଥିଲେ । ୨୦୧୯ ବ୍ୟାଚ୍‍ ଆଇଏଏସ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସୁନିଲ ଦ୍ବିତୀୟ ପର୍ଯ୍ୟାୟ ତାଲିମରୁ ଓଡିଶା ଫେରିଛନ୍ତି । ସେହିପରି ଦ୍ବିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ଅନନ୍ୟା ଦାସଙ୍କୁ ବାରିପଦା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ସରକାର ।  

ଦ୍ବିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ଆଦିତ୍ୟ ଗୋଏଲଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ମହାଜନ ମନୋଜ ସତ୍ୟାୱନଙ୍କୁ ଟିଟିଲାଗଡ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଦ୍ବିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ପାୱାର ସଚିନ ପ୍ରକାଶଙ୍କୁ ଧର୍ମଗଡ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଦ୍ବିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ଈଶ୍ବର ଗୌରବ ଶିବାଜୀଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ 

Last Updated : Jun 27, 2021, 10:52 PM IST

ABOUT THE AUTHOR

...view details