ଓଡିଶା

odisha

By

Published : Aug 3, 2022, 9:19 PM IST

ETV Bharat / city

ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି

ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ସମସ୍ତ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି । ଅଧିକ ପଢନ୍ତୁ

ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି
ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି

ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ଉଚ୍ଚଶିକ୍ଷା ବିଭାଗର ତତ୍ପରତା । ବିଭିନ୍ନ କଲେଜରୁ ରାଗିଂ ଘଟଣା ସାମ୍ନାକୁ ଆସିବା ପରେ ସବୁ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ । ଆଡମିଶନ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଜଣାଇବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଚିଠିରେ ଉଲ୍ଲେଖ ଅଛି ଯେ, ଛାତ୍ର ଓ ଅଭିଭାବକଙ୍କ ଅଣ୍ଡରଟେକିଂ ବାଧ୍ୟତାମୂଳକ । ଲିଫଲେଟରେ କିମ୍ବା କଲେଜ କାନ୍ଥରେ ହେଲ୍ପଲାଇନ ନଂ ଲେଖାଯିବ । ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ସହ ପିଲାଙ୍କୁ ସତର୍କ କରାଯିବ । ଆଣ୍ଟି ରାଗିଂ ସ୍କ୍ବାର୍ଡ ହଷ୍ଟେଲ ଓ କ୍ଲାସ ରୁମ୍ ବୁଲି ସ୍ଥିତି ସମୀକ୍ଷା କରିବେ ।

ଏଥିସହିତ ରାଗିଂ ପ୍ରମାଣିତ ହେଲେ କିମ୍ବା ଉସକାଇ ଥିଲେ FIR ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଏପରିକି FIR ପଦକ୍ଷେପକୁ ଅପେକ୍ଷା ନ କରି କଲେଜ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ଚିଠିରେ କୁହାଯାଇଛି । ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କୁ ଆଡମିଶନ କରିବାର ସମୟ ଆସିଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ଉଚ୍ଚଶିକ୍ଷା କ୍ଷେତ୍ରରେ ରାଗିଂକୁ ରୋକିବା ପାଇଁ UGC ବିଜ୍ଞପ୍ତି ଅନୁଯାୟୀ ରାଗିଂ ପ୍ରତିରୋଧ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନୁଷ୍ଠାନଗୁଡିକ ରାଗିଂ ଏବଂ ଆଣ୍ଟି ରାଗିଂ ପଦକ୍ଷେପ ଉପରେ ସଚେତନତା କାର୍ଯ୍ୟକ୍ରମ ଓ କର୍ମଶାଳା ଆୟୋଜନ କରିବା ଆବଶ୍ୟକ । ଛାତ୍ରମାନଙ୍କ ମଧ୍ୟରେ ଚେତନା ଡ୍ରାମା, ଅଡିଓ ଭିଜୁଆଲ୍ ଇଭେଣ୍ଟ ଇତ୍ୟାଦି ଦ୍ବାରା ପ୍ରସାରିତ ହେବା ଉଚିତ୍ । ଏକ ସକ୍ରିୟ ଏବଂ ପ୍ରଭାବଶାଳୀ ଆଣ୍ଟି-ରାଗିଂ ସ୍କ୍ବାର୍ଡ ଗଠନ କରାଯିବ । ଏହି ସ୍କ୍ବାର୍ଡ ସଚେତନତା, ତଦାରଖ ଏବଂ ପାଟ୍ରୋଲିଂ କାର୍ଯ୍ୟ ପରିଚାଳନା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ଦ୍ଵାରା ଗଠିତ ହେବ । ସ୍କ୍ବାର୍ଡ ଶିକ୍ଷାବର୍ଷର ପ୍ରଥମ ତିନିମାସ ମଧ୍ୟରେ ପ୍ରତି ଚତୁର୍ଥାଂଶରେ ନୂତନ ଛାତ୍ରମାନଙ୍କ ମଧ୍ୟରେ ସର୍ଭେ କରିବ । ସେହି ଅନୁଷ୍ଠାନ ପ୍ରକୃତରେ ରାଗିଂ ମୁକ୍ତ କି ନୁହେଁ ତାହା ଯାଞ୍ଚ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details