ଓଡିଶା

odisha

କଳାଭୂମି ପରିଦର୍ଶନ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ

By

Published : Mar 5, 2021, 7:47 PM IST

କଳାଭୂମି ପରିଦର୍ଶନ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ । ଅତିଥିମାନେ କଳାକୃତିର ଭୂୟସୀ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

French ambassador visited Kalabumi
କଳାଭୂମି ପରିଦର୍ଶନ କଲେ ଫ୍ରାନ୍‌ସ ରାଷ୍ଟ୍ରଦୂତ

ଭୁବନେଶ୍ବର:କଳାଭୂମି ପରିଦର୍ଶନ କଲେ ଫ୍ରାନ୍ସର ରାଷ୍ଟ୍ରଦୂତ ଏମାନୁଏଲ୍ ଲେନାଇନ୍ । ତାଙ୍କ ସହିତ କୋଲକାତା ସ୍ଥିତ ଫ୍ରାନ୍ସ ଦୂତାବାସରେ ଅବସ୍ଥାପିତ କନ୍‌ସୁଲେଟ୍‌ ଜେନେରାଲ ଭିଜିନି କଭା ଓ ଦୂତାବାସର ଅର୍ଥନୈତିକ ତଥା ବୈଜ୍ଞାନିକ ସହଯୋଗ ପରାମର୍ଶଦାତା ଏମିଲିଆ କାଟିଆର୍ ମଧ୍ୟ କଳାଭୂମି ପରିଦର୍ଶନ କରିଛନ୍ତି । ଅତିଥିମାନେ ସଂଗ୍ରହାଳୟ ପରିସରରେ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ପ୍ରକାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଭରପୂର ଉପଭୋଗ କରିଥିଲେ ।

କେଭିଡ ପାଇଁ ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳୀ ପାଳନ କରି କଳାଭୂମି କର୍ମଚାରୀମାନେ ଅତିଥିଙ୍କୁ ସଂଗ୍ରହାଳୟ ପରିଦର୍ଶନରେ ସହାୟତା କରିଥିଲେ । ପରିଦର୍ଶନ ସମୟରେ ଅତିଥିମାନେ ଓଡ଼ିଶାର କାରିଗର ଏବଂ ବୁଣାକାରମାନଙ୍କ କଳାକୃତିର ଭୂୟସୀ ପ୍ରଶଂସା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details