ଓଡିଶା

odisha

By

Published : Dec 6, 2021, 4:10 PM IST

ETV Bharat / city

କଂଗ୍ରେସରୁ ବହିଷ୍କୃତ ହେଲେ ପ୍ରଫୁଲ୍ଲ ମାଝୀ

ବିଜୁ ଜନତା ଦଳରେ ସାମିଲ ହେବେ ଆଉ ଜଣେ ପୂର୍ବତନ କଂଗ୍ରେସ ବିଧାୟକ। ଆସନ୍ତା କିଛିଦିନ ମଧ୍ୟରେ ବିଜେଡିରେ ସାମିଲ ହେବାକୁ ଯାଉଛନ୍ତି ତଳସରାର ୩ ଥରର ବିଧାୟକ ପ୍ରଫୁଲ୍ଲ ମାଝୀ (Farmer Congress MLA Dr Prafulla Majhi) । ଅଧିକ ପଢନ୍ତୁ

Farmer Congress Mla
କଂଗ୍ରେସରୁ ବହିଷ୍କୃତ ହେଲେ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) (Biju Janata Dal) ରେ ସାମିଲ ହେବେ ଆଉ ଜଣେ ପୂର୍ବତନ କଂଗ୍ରେସ ବିଧାୟକ( Farmer Congress MLA) । ଆସନ୍ତା କିଛିଦିନ ମଧ୍ୟରେ ବିଜେଡିରେ ସାମିଲ ହେବାକୁ ଯାଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ତଳସରାର ୩ ଥରର ବିଧାୟକ ଡ. ପ୍ରଫୁଲ୍ଲ ମାଝୀ (Farmer Congress MLA Dr Prafulla Majhi) । ଏ ନେଇ ସ୍ପଷ୍ଟ ହେବା ପରେ ଆଜି ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଛି ।

ଆସନ୍ତା ୧୦ ତାରିଖରେ ପ୍ରଫୁଲ୍ଲ ଭୁବନେଶ୍ବରସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସାମିଲ ହେବେ । ଏନେଇ ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି ପ୍ରଫୁଲ୍ଲ ମାଝୀ । ସୁନ୍ଦରଗଡ ଜିଲ୍ଲା ତଳସରାର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗଜାଧର ମାଝୀ (Former Minister Gazadhar Majhi) ଙ୍କ ଝିଆରୀ ଜ୍ଵାଇଁ ହେଉଛନ୍ତି ପ୍ରଫୁଲ୍ଲ । ଗଜାଧରଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ରାଜନୀତିକୁ ଆସିଥିଲେ ପ୍ରଫୁଲ୍ଲ । ୨୦୦୬ ମସିହାରେ ଗଜାଧର ଙ୍କ ଦେହାନ୍ତ ପରେ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ପ୍ରଫୁଲ୍ଲ । ଉପ ନିର୍ବାଚିତରେ ବିଜୟୀ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।

ପରେ ୨୦୦୯ ଓ ୨୦୧୪ (2009 and 2014 General Elections) ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ । ଲଗାତାର ୩ ଥର ବିଜୟୀ ହୋଇ ହ୍ୟାଟ୍ରିକ ମାରିଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ପରାଜିତ ହୋଇଥିଲେ ପ୍ରଫୁଲ୍ଲ । କିଛି ଦିନ ପୂର୍ବରୁ କଂଗ୍ରେସ ଶିବିର ଛାଡି ବିଜେଡିରେ ସାମିଲ ହୋଇଥିଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ପ୍ରଦୀପଙ୍କ ସହ ନିବିଡ ସମ୍ପର୍କ ଥିବାରୁ ପ୍ରଫୁଲ୍ଲ ମଧ୍ୟ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପ୍ରଫୁଲ୍ଲଙ୍କୁ ବିଜେଡିରେ ସାମିଲ କରିବା ନେଇ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟ ପ୍ରଦୀପ ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details