ଓଡିଶା

odisha

ଟିକା ଅଭାବ: ରାଜ୍ୟର 1244 କେନ୍ଦ୍ରରେ ଟୀକାକରଣ ବନ୍ଦ

By

Published : May 3, 2021, 11:30 AM IST

ଟିକା ଅଭାବରୁ ରାଜ୍ୟରେ ଟୀକାକରଣ ବନ୍ଦ ରହିଛି । ରାଜ୍ୟରେ 1500 କେନ୍ଦ୍ରରୁ 1244 କେନ୍ଦ୍ରରେ ଟୀକାକରଣ ବନ୍ଦ । ଅଧିକ ପଢନ୍ତୁ...

ଟିକା ଅଭାବରୁ ରାଜ୍ୟର 1244 କେନ୍ଦ୍ରରେ ଟୀକାକରଣ ବନ୍ଦ
ଟିକା ଅଭାବରୁ ରାଜ୍ୟର 1244 କେନ୍ଦ୍ରରେ ଟୀକାକରଣ ବନ୍ଦ

ଭୁବନେଶ୍ବରରୁ:ଆଜିଠାରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟୀକାକରଣ ଚାଲୁ ରହିଛି । ତେବେ ରାଜ୍ୟରେ ଟିକା କମ ଥିବାରୁ କମ କେନ୍ଦ୍ରରେ ଟୀକାକରଣ ଚାଲିବ । ମୋଟ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଟୀକାକରଣ କରାଯିବ ଓ 1244 କେନ୍ଦ୍ରରେ ଟୀକାକରଣ ବନ୍ଦ ରହିବ ।

ଏବେ ରାଜ୍ୟରେ ମୋଟ ୪୬ ହଜାର ୨୨୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ ୩ ଲକ୍ଷରୁ ଅଧିକ କୋଭାକ୍ସିନ ଟିକା ଅଛି । ଆସନ୍ତା ୨ ଦିନ ମଧ୍ୟରେ ଆଉ ଟିକା ଆସିବା ସମ୍ଭାବନା ରହିଛି । ଆହୁରି ଅଧିକ ୨୫ ଲକ୍ଷ ଟିକା ପାଇଁ ଅର୍ଡର କରିଛନ୍ତି ରାଜ୍ୟ ସରକାର । ଯଦି ଟିକା ପହଞ୍ଚେ ତେବେ ପୁଣି ସବୁ କେନ୍ଦ୍ରରେ ଟିକାକରଣ ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details