ଓଡିଶା

odisha

ରାଉରକେଲାରେ ICU ସମେତ 100 ଭେଣ୍ଟିଲେଟରର ଲୋକାର୍ପଣ କରିବେ ଧର୍ମେନ୍ଦ୍ର ପ୍ରଧାନ

By

Published : May 20, 2021, 8:40 AM IST

ଇସ୍ପାତ ନଗରବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଆଜି(ଗୁରୁବାର) ଲୋକାର୍ପଣ ହେବ ସେଲ୍ ରାଉରକେଲା ଇସ୍ପାତ କାରଖାନାର ‘ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି’ ହସ୍ପିଟାଲରେ 100ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ । ଅଧିକ ପଢନ୍ତୁ...

SAIL
SAIL

ଭୁବନେଶ୍ବର: ଇସ୍ପାତ ନଗରବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଆଜି(ଗୁରୁବାର) ଲୋକାର୍ପଣ ହେବ ସେଲ୍ ରାଉରକେଲା ଇସ୍ପାତ କାରଖାନାର ‘ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି’ ହସ୍ପିଟାଲରେ 100ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ । ଏହାକୁ ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବାହ୍ନ ୧୧ଟା୩୦ମିନିଟରେ ଅନଲାଇନ୍ ମାଧ୍ୟମରେ ଲୋକାର୍ପଣ କରିବେ ଧର୍ମେନ୍ଦ୍ର ।

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ହସ୍ପିଟାଲରେ ଅମ୍ଳଜାନ ସଂଯୁକ୍ତ ବେଡ୍ ବୃଦ୍ଧି କରିବା ସହ ଭେଣ୍ଟିଲେଟର ଏବଂ ଆଇସିୟୁ ବେଡର ବ୍ୟବସ୍ଥା କରିବାକୁ ସେଲକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ହସ୍ପିଟାଲରେ ତୁରନ୍ତ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି । ଏହି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ଆଇସିୟୁ ନିଶ୍ଚିତ ଭାବରେ କୋଭିଡ ରୋଗୀଙ୍କୁ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଯୋଗାଇବା ସହିତ ବହୁ ଜୀବନ ରକ୍ଷା କରିବାରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଏବଂ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଧାୟକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୨୦୨୧ ମାର୍ଚ୍ଚ ୨୧ ତାରିଖରେ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ବାରା ଆଇପିଜିଆଇ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details