ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ କମୁନାହିଁ କୋରୋନାଜନିତ ମୃତ୍ୟୁ । ଦିନକୁ ଦିନ ରାଜ୍ୟରେ ଗଡି ଚାଲିଛି ମୁଣ୍ଡ । ଆଜି(ଶୁକ୍ରବାର) ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ତଥ୍ୟ ମିଳିଛି । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୭୬୯୭କୁ ବୃଦ୍ଧି ହୋଇଛି ।
ଆଜିର ମୃତକଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁରରୁ ୯ ଓ ଢେଙ୍କାନାଳରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଯାଜପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡାରୁ ୩ଜଣ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି । ଏହାବାଦ ଅନୁଗୋଳ, ନବରଙ୍ଗପୁରରୁ ୨ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ,କେନ୍ଦୁଝର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।