ଓଡିଶା

odisha

By

Published : Apr 4, 2022, 2:01 PM IST

Updated : Apr 4, 2022, 3:07 PM IST

ETV Bharat / city

Toshali Mela: ଖଚାଖଚ ଭିଡ଼, ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

ରାଜଧାନୀର ଜନତା ମୈଦାନରେ ଜମୁଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ସମ୍ବଲପୁରୀ ନୃତ୍ୟରେ ଝୁମୁଛନ୍ତି ଦର୍ଶକ । ଅଧିକ ପଢନ୍ତୁ

Toshali Mela: ଖଚାଖଚ ଭିଡ଼, ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ
Toshali Mela: ଖଚାଖଚ ଭିଡ଼, ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

ଭୁବନେଶ୍ବର: ରାଜଧାନୀରେ ଜମୁଛି ତୋଷାଳି ମେଳା । ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ । ଗତ ମାର୍ଚ୍ଚ ୨୮ ତାରିଖରୁ ଜନତା ମଇଦାନରେ ଆରମ୍ଭ ହୋଇଛି ଏହି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ବୁଣାକାର ଓ କାରିଗରଙ୍କ ସାମାଜିକ ଓ ଆର୍ଥିକ ବିକାଶ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଛି । ମେଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ହେଉଥିବା ଦେଖିବାକୁ ମିଳିଛି ।

Toshali Mela: ଖଚାଖଚ ଭିଡ଼, ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

ଏହା ବି ପଢନ୍ତୁ- ଷୋଡ଼ଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା: 390ଟି ହସ୍ତତନ୍ତ ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ

ଏହି ମେଳାରେ କେବଳ ଓଡ଼ିଶା ନୁହେଁ ଦେଶର କୋଣ ଅନୁକୋଣରୁ ବୁଣାକାର ଓ କାରିଗରମାନେ ଆସି ପସରା ମେଲାଇଛନ୍ତି । ପ୍ରତି ସନ୍ଧ୍ୟାରେ ମେଳାରେ ଓଡ଼ିଶାର ପାରମ୍ପରିକ ଦାସକାଠିଆ, ଓଡ଼ିଶୀ, ଗୋଟିପୁଅ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଉଛି । ତେବେ ଗତକାଲି ୭ମ ସନ୍ଧ୍ୟା ବା ରବିବାର ଥିବାରୁ ମେଳାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଅପରାହ୍ନ ଠାରୁ ମେଳା ପରିସର ଲୋକଙ୍କ ଭିଡ ହୋଇଯାଇଥିଲା । ଆଉ ଭିଡ଼ ହୋଇଥିବାରୁ ବ୍ୟବସାୟୀ ମଧ୍ୟ ଭଲ ବ୍ୟବସାୟ କରିଥିବା ଦେଖି ଲୋକେ ସୁସ୍ବାଦୁ ଖାଦ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ।

ଏହା ବି ପଢନ୍ତୁ- ଆଜିଠୁ ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ବିଶେଷ ଭାବେ ସମ୍ବଲପୁର ନୃତ୍ୟରେ ଝୁମିଥିଲେ ଦର୍ଶକ । କାରଣ ଶ୍ରୀମୟୀ ନୃତ୍ୟ ଅନୁଷ୍ଠାନ ଭୁବନେଶ୍ବରର କଳାକାରମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ମୟୁରୀ ଆର୍ଟସ୍‌ର କଳାକାରଙ୍କ ଛଉ ନୃତ୍ୟ, ସୁମିତ୍ରା ସିଂ ଓ ସାଥୀମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ରାଜଧାନୀବାସୀଙ୍କୁ ମନ ମୁଗ୍ଧକର ଥିଲା । ତେବେ ଦୁଇ ବର୍ଷର କୋଭିଡ କଟକଣା ପରେ ରାଜଧାନୀରେ ଏଭଳି ଏକ ବଡ ମେଳା ହାଉଥିବାରୁ ରାଜଧାନୀବାସୀ ବି ଏଠାକୁ ଆସି ପସନ୍ଦର ଜିନିଷ କିଣିବା ସହ ସେଲ୍ଫି ଉଠାଇ ମଜା ନେଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 4, 2022, 3:07 PM IST

ABOUT THE AUTHOR

...view details