ଓଡିଶା

odisha

ଦୁଇ ଦିନ ଧରି ସହରାଞ୍ଚଳରେ ଟୀକାକରଣ ବନ୍ଦ, କରାଯିବ ସାନିଟାଇଜ

By

Published : Apr 24, 2021, 8:43 AM IST

Updated : Apr 24, 2021, 1:24 PM IST

ରାଜ୍ୟରେ ଆଜିରୁ ଦୁଇ ଦିନ ଧରି ସଟଡାଉନ । ଏନେଇ ସହରାଞ୍ଚଳରେ ଟୀକାକରଣ ବନ୍ଦ କରାଯାଇଛି । ସପ୍ତାହରେ ଦୁଇ ଦିନ ଶନିବାର ଓ ରବିବାର ବନ୍ଦ ରହିବ ଟୀକାକରଣ । ଅଧିକ ପଢନ୍ତୁ...

covod19 vaccination close in weekend shut down
ଦୁଇ ଦିନ ଧରି ସହରାଞ୍ଚଳରେ ଟୀକାକରଣ ବନ୍ଦ, କରାଯିବ ସାନିଟାଇଜ

ଭୁବନେଶ୍ବର:ଆଜିଠୁ ଦୁଇ ଦିନ ଧରି ସହରାଞ୍ଚଳରେ ଟୀକାକରଣ ବନ୍ଦ, କରାଯିବ ସାନିଟାଇଜ । ରାଜ୍ୟରେ ଆଜି ଠାରୁ ଦୁଇ ଦିନ ଧରି ସଟଡାଉନ। ଏନେଇ ସହରାଞ୍ଚଳରେ ଟୀକାକରଣ ବନ୍ଦ କରାଯାଇଛି । ସପ୍ତାହରେ ଦୁଇ ଦିନ ଶନିବାର ଓ ରବିବାର ବନ୍ଦ ରହିବ ଟୀକାକରଣ । ଏହି ସମୟରେ କେନ୍ଦ୍ର ଗୁଡିକକୁ କରାଯିବ ସାନିଟାଇଜ।

ଦୁଇ ଦିନ ଧରି ସହରାଞ୍ଚଳରେ ଟୀକାକରଣ ବନ୍ଦ, କରାଯିବ ସାନିଟାଇଜ

ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଏବଂ ରବିବାର ଦିନ ବନ୍ଦ କରାଯାଇଛି ଟୀକାକରଣ । ଟିକାର ସ୍ବଳ୍ପ ଯୋଗାଣ ହେତୁ ରାଜ୍ୟରେ ଟିକାର ଅଭାବ ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଏହି ବନ୍ଦ ସମୟରେ କେନ୍ଦ୍ର ଗୁଡିକକୁ ସାନିଟାଇଜ କରାଯିବ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଟୀକାକରଣ ଚାଲୁରହିବ । ସରକାରୀ ଛୁଟି ରହିଥିଲେ ବି ଟୀକାକରଣ ଚାଲିବ । ଅନ୍ୟପଟେ ଏହି ଦୁଇ ଦିନରେ ସହରାଞ୍ଚଳରେ ଟୀକାକରଣ କେନ୍ଦ୍ରରେ ସାନିଟାଇଜ କରାଯିବ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲିଟି ମହାନଗର ନିଗମକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Apr 24, 2021, 1:24 PM IST

ABOUT THE AUTHOR

...view details