ଭୁବନେଶ୍ବର:କେରୋନାର ନୂଆ ଷ୍ଟେନକୁ ନେଇ ବଢିଛି ଚିନ୍ତା । ପଡୋଶୀ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ଗାଇଡ଼ଲାଇନ କଡାକଡି କରାଯାଇଛି । ସ୍ମାର୍ଟ ସିଟିରେ କଡାକଡି ହୋଇଛି କୋଭିଡ ଏନଫୋର୍ସମେଣ୍ଟ ।
କୋରୋନା ନିୟମ କଡାକଡି ପାଳନ କରିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସୋମବାରଠାରୁ ସ୍ମାର୍ଟ ସିଟିରେ କଡାକଡି ଯାଞ୍ଚ କରାଯାଇଛି । ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ରାଜମହଲ ଛକଠାରୁ ସହୀଦ ନଗରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଛୋଟ ବଡ ଦୋକାନରେ ଅଚାନକ ଚଢାଉ କରାଯାଇଥିଲା । କୋଭିଡ ନିୟମ ପାଳନ କରାଯାଉଛି କି ନାହିଁ ତାର ତଦାରଖ କରାଯାଇଛି ।