ଓଡିଶା

odisha

ଆଜି ରାଜ୍ୟରେ ପୁଣି ଡବଲ ଡିଜିଟ; 10 ମୃତ୍ୟୁ ପରେ ସଂଖ୍ୟା 169କୁ ବୃଦ୍ଧି

By

Published : Jul 30, 2020, 11:20 AM IST

ରାଜ୍ୟରେ ଦିନ କୁ ଦିନ କୋରୋନାରେ ପ୍ରାଣ ହରାଉଛନ୍ତି ସଂକ୍ରମିତ। ଆଜି ପୁଣି ରାଜ୍ୟରେ 10 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଅଧିକ ଖବର ପଢନ୍ତୁ...

ଆଜି ରାଜ୍ୟରେ ପୁଣି ଡବଲ ଡିଜିଟ; 10 ମୃତ୍ୟୁ ପରେ ସଂଖ୍ୟା 169କୁ ବୃଦ୍ଧି
ଆଜି ରାଜ୍ୟରେ ପୁଣି ଡବଲ ଡିଜିଟ; 10 ମୃତ୍ୟୁ ପରେ ସଂଖ୍ୟା 169କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନାରେ ପ୍ରାଣ ହରାଉଛନ୍ତି ସଂକ୍ରମିତ। ଆଜି ପୁଣି ରାଜ୍ୟରେ 10 ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି ଯାହା ଫଳରେ ରାଜ୍ୟରେ ମୋଟ 169କୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

ସବୁଦିନ ପରି ଆଜି ବି ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 43 ବର୍ଷର ପୁରୁଷ, 47 ବର୍ଷର ପୁରୁଷ, 33 ବର୍ଷର ପୁରୁଷ, 65 ବର୍ଷର ମହିଳାଙ୍କ ର ମୃତ୍ୟୁ ଘଟିଛି ।

ସେହିଭଳି ସମ୍ବଲପୁରର 67 ବର୍ଷର ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ 60 ବର୍ଷର ମହିଳା ଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ନୟାଗଡର 65 ବର୍ଷର ପୁରୁଷଙ୍କ ଜୀବନ ନେଇଛି ମହାମାରୀ ।ସେପଟେ ସୁନ୍ଦରଗଡର 71 ବର୍ଷର ପୁରୁଷ ମୃତ୍ୟୁ ବରଣ କରିଥିବା ବେଳେ ଭୁବନେଶ୍ବରର 60 ବର୍ଷର ପୁରୁଷ ଓ ରାୟଗଡ଼ାରୁ 50 ବର୍ଷର ପୁରୁଷଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details