ଓଡିଶା

odisha

By

Published : Jul 22, 2020, 12:11 PM IST

ETV Bharat / city

କୋରୋନା ନେଲା ଆଉ 5 ମୁଣ୍ଡ: ସଂଖ୍ୟା 108କୁ ବୃଦ୍ଧି

ରାଜ୍ୟରେ ଉତ୍କଟ ସ୍ଥିତିରେ କୋରୋନା ସଂକ୍ରମଣ । ଆଜି 5 ମୁଣ୍ଡ ଗଡିଥିବାବେଳେ ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା 108ରେ ପହଞ୍ଚିଛି । ଅଧିକ ଖବର ପଢନ୍ତୁ...

କୋରୋନା ନେଲା ଆଉ 5 ମୁଣ୍ଡ; ସଂଖ୍ୟା 108କୁ ବୃଦ୍ଧି
କୋରୋନା ନେଲା ଆଉ 5 ମୁଣ୍ଡ; ସଂଖ୍ୟା 108କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଉତ୍କଟ ସ୍ଥିତିରେ କୋରୋନା ସଂକ୍ରମଣ । ଦିନକୁ ଦିନ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ଆଜି ଗୋଟିଏ ଦିନରେ 28ଜିଲ୍ଲାରୁ 1078 ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗଡିଛି 5 ମୁଣ୍ଡ । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା 108ରେ ପହଞ୍ଚିଛି ।

ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 3 ଜଣ ଥିବାବେଳେ ଗଜପତି ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମର 40 ବର୍ଷୀୟ ମହିଳା ଯିଏ ଡାଏବେଟିସ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ। ସେହିପରି 61 ବର୍ଷୀୟ ପୁରୁଷ ଡାଇବେଟିସରେ ଆକ୍ରାନ୍ତ ବି ଥିଲେ । ଅନ୍ୟପଟେ ଗଞ୍ଜାମର 60 ବର୍ଷର ପୁରୁଷ ଯିଏ ଡାଏବେଟିସ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ତାଙ୍କର ମଧ୍ୟ ପ୍ରାଣହାନୀ ଘଟିଛି ।

ସେହିପରି ଗଜପତିରୁ 72 ବର୍ଷର ବୃଦ୍ଧଙ୍କ ମଧ୍ୟ ଡାଏବେଟିସ ସହ ଉଚ୍ଚ ରକ୍ତଚାପ ସହ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ । କନ୍ଧମାଳର 87 ବର୍ଷର ବୃଦ୍ଧ ମଧ୍ୟ ଡାଇବେଟିସ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ରହିଥିଲେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details