ଓଡିଶା

odisha

By

Published : Nov 12, 2021, 10:38 PM IST

ETV Bharat / city

କଙ୍ଗନା ନାଁରେ କ୍ୟାପିଟାଲ ଥାନାରେ ଏତଲା, ଦେଶଦ୍ରୋହ ମାମଲା ରୁଜୁ ଦାବି

ସ୍ବାଧିନତା ସଂଗ୍ରାମୀଙ୍କ ବିରୋଧରେ କଟୁମନ୍ତବ୍ୟ ଦେଇଥିବା ଅଭିଯୋଗ କରି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଦିଆଗଲା ଏତଲା । ଅଧିକ ପଢ଼ନ୍ତୁ...

କଙ୍ଗନା ରଣାବତ ନାରେ କ୍ୟାପିଟାଲ ଥାନାରେ ଏତଲା, ଦେଶଦ୍ରୋହ ମାମଲା ରୁଜୁ ଦାବି
କଙ୍ଗନା ରଣାବତ ନାରେ କ୍ୟାପିଟାଲ ଥାନାରେ ଏତଲା, ଦେଶଦ୍ରୋହ ମାମଲା ରୁଜୁ ଦାବି

ଭୁବନେଶ୍ବର: ସ୍ବାଧିନତା ସଂଗ୍ରାମୀଙ୍କ ବିରୋଧରେ କଟୁମନ୍ତବ୍ୟ ଦେଇଥିବା ଅଭିଯୋଗ କରି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଦିଆଗଲା ଏତଲା । କଙ୍ଗନାଙ୍କ ବିରୋଧରେ ଦେଶଦ୍ରୋହ ମାମାଲା ରୁଜୁ କରିବା ପାଇଁ ଆମ ଅଧିକାର ସଂଗଠନ ପକ୍ଷରୁ ଏତଲା ଦିଆଯାଇଛି । ଏକ ଘରୋଇ ଟିଭି ଚ୍ୟାନେଲର ସ୍ବାଧିନତା ଓ ସ୍ବାଧିନାତ ସଂଗ୍ରାମୀଙ୍କୁ ନେଇ ବିବାଦ କୁଇନ୍‌ କଙ୍ଗନା ରଣାଓ୍ବତ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

କଙ୍ଗନା ରଣାବତ ନାରେ କ୍ୟାପିଟାଲ ଥାନାରେ ଏତଲା, ଦେଶଦ୍ରୋହ ମାମଲା ରୁଜୁ ଦାବି

କଙ୍ଗନାଙ୍କ ଏଭଳି ମନ୍ତବ୍ୟକୁ ସାରା ଦେଶରେ ବିଭିନ୍ନ ବକ୍ତିତ୍ବ ଓ ସଂଗଠନ ପକ୍ଷରୁ କଡ଼ା ବିରୋଧ କରାଯାଇଛି । ଏହି କ୍ରମରେ ଆମ ଅଧିକାର ସଂଗଠନ ପକ୍ଷରୁ ମଧ୍ୟ କଙ୍ଗନାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦାବି ଉଠିଛି ।

ଖାଲି ସେତିକି ନୁହେଁ ଆସନ୍ତାକାଲି ଗଭର୍ଣ୍ଣରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି କଙ୍ଗନାଙ୍କଠାରୁ ପଦ୍ମଶ୍ରୀ ଫେରାଇ ନେବାକୁ ଦାବି କରିବ ଏହି ସଂଗଠନ । ଏହାକୁ ନେଇ ଆମ ଅଧିକାର‌ ସଂଗଠନର ଆବାହକ ଅମୀୟ ପାଣ୍ଡବ ଏବଂ ସମ୍ପାଦକ ଗଣେଶ ଦାଶ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details