ଓଡିଶା

odisha

By

Published : Sep 8, 2022, 11:00 PM IST

ETV Bharat / city

2024ରେ କଂଗ୍ରେସ କ୍ଷମତାକୁ ଆସିବ: ସୁର

ଅଧିକ ସଂଗଠିତ ହୋଇ ଲୋକଙ୍କ ବିଶ୍ବାସ ଭାଜନ ହେବ କଂଗ୍ରେସ । ଭାରତଜୋଡ଼ ପ୍ରଭାବରେ 2024ରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ କହିଲେ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

congress will won in 2024 election said congress MLA Sura Routray
2024ରେ କଂଗ୍ରେସ କ୍ଷମତାକୁ ଆସିବ : ସୁର

ଭୁବନେଶ୍ବର:ଅଧିକ ସଂଗଠିତ ହୋଇ ଲୋକଙ୍କ ବିଶ୍ବାସ ଭାଜନ ହେବ କଂଗ୍ରେସ । ଭାରତଜୋଡ଼ ପ୍ରଭାବରେ 2024ରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ । ଭାରତଯୋଡ଼କୁ ନେଇ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

2024ରେ କଂଗ୍ରେସ କ୍ଷମତାକୁ ଆସିବ : ସୁର

ସୁର ରାଉତରାୟ କହିଛନ୍ତି, "କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଭୋଟର ମାନଙ୍କୁ ଯିବ କଂଗ୍ରେସ । ସେଥିପାଇଁ ରାହୁଲ ଗାନ୍ଧୀଙ୍କ ଦ୍ବାରା ବିଶାଳ ଭାରତ ଯୋଡ଼ ପଦଯାତ୍ର ଆରମ୍ଭ ହେଲା । ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡିବ । ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଦର ଅକାଶଛୁଆଁ ହୋଇଛି । ବେକାରୀ ସମସ୍ୟା ବୃଦ୍ଧି ପାଉଛି । ସମସ୍ତ କଥାକୁ ଲୋକେ ପ୍ରତିକ୍ରିୟାଶୀଳ ହୋଇ ସାରିଲେଣି । ତେଣୁ 2024ରେ ସାଧାରଣ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିବ ।"

ବୁଧବାର ଠାରୁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ ଯାତ୍ରା (Bharat Jodo Yatra of congress)। ଏହି ଯାତ୍ରାକୁ କନ୍ୟାକୁମାରୀର ରାଜୀବ ଗାନ୍ଧୀ ସ୍ମାରକୀ ପୀଠରୁ ଶୁଭାରମ୍ଭ କରିଛନ୍ତି ଦଳୀୟ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi visit Vivekananda Memorial) । କାର୍ଯ୍ୟକ୍ରମ ଶୁଭାରମ୍ଭ ପୂର୍ବରୁ ରାହୁଲ କନ୍ୟାକୁମାରୀ ଗସ୍ତ କରି ସେଠାରେ ବାପା ରାଜୀବ ଗାନ୍ଧୀଙ୍କ ସ୍ମାରକୀ ପୀଠ ଦର୍ଶନ କରିଥିଲେ । ରାହୁଲଙ୍କ ସହ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ କେ.ସି ବେଣୁଗୋପାଲ, ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ତାମିଲନାଡୁ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ ।

ABOUT THE AUTHOR

...view details