ଓଡିଶା

odisha

By

Published : Nov 24, 2019, 3:56 AM IST

ETV Bharat / city

‘ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ କେନ୍ଦ୍ର ସରକାର ଦାୟୀ’

ଭାରତ ବଞ୍ଚାଅ ଅଭିଯାନରେ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ ଡାକି ସରକାରଙ୍କୁ ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ ଦାୟୀ କରିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦେଶରେ ଆର୍ଥିକ ମାନ୍ଦାବସ୍ଥା ଉତ୍କଟ ହେବାକୁ ନେଇ ବର୍ଷିଛି କଂଗ୍ରେସ । ଆର୍ଥିକ ଶିଥିଳତା ପାଇଁ କେନ୍ଦ୍ରରେ ବିଜେପି ସରକାର ଦାୟୀ ବୋଲି ଶନିବାର ଅଭିଯୋଗ ଆଣିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀପା ଦାସମୁନସୀ । ଭାରତ ବଞ୍ଚାଅ ଅଭିଯାନକୁ ନେଇ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଇଲେକ୍ଟୋରାଲ୍ ବଣ୍ଡ ଆଣି ୬ହଜାର କୋଟି ଟଙ୍କାର ସ୍କାମ୍ କରିଛି ବିଜେପି । ୪ ରାଜ୍ୟରେ ନିର୍ବାଚନ ପୂର୍ବରୁ ଫଣ୍ଡ ଆଣିଥିଲେ ବିଜେପି ସରକାର । ସେ ଫଣ୍ଡରେ କେତେ ଟଙ୍କା ଆସିଛି, ତାର ସମସ୍ତ ତଥ୍ୟ କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ଦାସମୁନ୍ସୀ । ଜିଏସଟି, ବିମୁଦ୍ରୀକରଣ ପରେ ଦେଶରେ ଯେଉଁ ସ୍ଥିତି ଉପୁଜିଛି ତାର ମୁକାବିଲା ସରକାର କିଭଳି କରିବେ ତାର ଉତ୍ତର ରଖନ୍ତୁ । ଅଟୋମୋବାଇଲ, କଟନ୍, ସୁଗାର ମିଲ ସବୁଠି ମାନ୍ଦାବସ୍ଥା । ଉତ୍ପାଦନ ବନ୍ଦ ହେବା ସହ ଶିକ୍ଷିତ ବେରୋଜଗାରୀ ବଢିଛି ବୋଲି ଅଭିଯୋଗ ହୋଇଛି ।

୮.୯୫ % ବେରୋଜଗାରୀ ବଢିଛି । କଂଗ୍ରେସ ନୀତି ଆଦର୍ଶର ଦଳ,ଏକ ମିଶନ ବୋଲି ସେ କହିଛନ୍ତି । ଖାଦ୍ୟ ସାମଗ୍ରୀ ଦରଦାମ ଆକାଶ ଛୁଆଁ ହୋଇଛି । ବିଶ୍ୱାସ ଥିଲା ନୂଆ ସରକାର ଆସିଲେ କମିବ ମାତ୍ର ସବୁ ଜାଗାରେ ହାହାକାର । ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି । ଆଗାମୀ ଦିନରେ ପୁରା ଦେଶରେ ଏ ଆନ୍ଦୋଳନ ହେବ ବୋଲି ଦୀପା ଦାସମୁନ୍ସୀ କହିଛନ୍ତି ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details