ଓଡିଶା

odisha

Dhamnagar By-Poll: ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ

By

Published : Oct 13, 2022, 4:52 PM IST

Updated : Oct 13, 2022, 8:08 PM IST

ଧାମନଗର ଉପନିର୍ବାଚନ ଲାଗି ସରଗରମ ହେଲାଣି ରାଜ୍ୟ ରାଜନୀତି । ଏହି ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଦଳ ନିଜର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ଏହାରି ମଧ୍ୟରେ ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ । ଅଧିକ ପଢନ୍ତୁ

Dhamnagar ByPoll: ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ
Dhamnagar ByPoll: ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ

ଭୁବନେଶ୍ବର: ପାଖଉଛି ଧାମନଗର ଉପନିର୍ବାଚନ (Dhamnagar by-election) ତାରିଖ । ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ତ୍ରିମୁଖୀ ଲଢେଇ ପାଇଁ ସରଗରମ ହେଉଛି ରାଜନୀତି । ଏହି ନିର୍ବାଚନ ଲାଗି ୩ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବା ପରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ (Baba Harekrushna Sethi) ଆଜି ନାମାଙ୍କନ ଦାଖଲ କରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ, ଦଳର ବରିଷ୍ଠ ନେତା, ବିଧାୟକ ଓ କର୍ମୀ ମାନଙ୍କ ଗହଣରେ ଯାଇ ହରେକୃଷ୍ଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Dhamnagar By-Poll: ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ

"ଧାମନଗର ଉପନିର୍ବାଚନରେ ବିଜେଡି ଓ ବିଜେପିର ବିକଳ୍ପ ହେଉଛି କଂଗ୍ରେସ । ଉଭୟ ଦଳ ୨୦୦୯ ମସିହା ପର୍ଯନ୍ତ ମିଶିକି ଶାସନ କରିଥିଲେ କିନ୍ତୁ ରାଜ୍ୟ ପାଇଁ କିଛି ବି ଉର୍ନତି କରିନାହାନ୍ତି । କଂଗ୍ରେସ ଦଳ ଜନତାଙ୍କ ସେଵା କରିବା ପାଇଁ ରାଜନୀତି କରେ କିନ୍ତୁ ଅନ୍ୟ ଦଳଗୁଡିକ ଶାସନରେ ରହିବା ପାଇଁ ରାଜନୀତି କରନ୍ତି।ନବୀନ ବାବୁଙ୍କ ସରକାର ୨୨ ବର୍ଷ ଶାସନ କଲାଣି ହେଲେବି ଓଡିଶା ଗରିବ ରାଜ୍ୟ କାହିଁକି", ବୋଲି ପ୍ରଶ୍ନ ପଚାରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହା ବି ପଢନ୍ତୁ- Dhamnagar Battle: ପ୍ରଥମ ଥର ପାଇଁ ଧାମନଗରରୁ ପ୍ରାର୍ଥୀ ଦେଲା କଂଗ୍ରେସ

ଏହାସହ ବେକାରୀ ଯୁବକଙ୍କୁ ରୋଜଗାର ଯୋଗାଇ ଦେବ, ନାରୀ ସଶକ୍ତିକରଣ, ଆଇନ ଶୃଙ୍ଖଳାରେ ମଧ୍ୟ ରାଜ୍ୟ ସରକାର ବେଶ ପଛରେ ରହିଛନ୍ତି । ସେପଟେ କେନ୍ଦ୍ର ସରକାର ମଧ୍ୟ ୨ କୋଟି ଯୁବକଙ୍କୁ ନିଯୁକ୍ତି ଓ ପ୍ରତି ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କାର ପ୍ରଦାନ କରିବାର ପ୍ରତିଶୃତି ଦେଇଥିଲେ ତାହା ମଧ୍ୟ ପୂରଣ କରିପାରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ।

ଏହା ବି ପଢନ୍ତୁ- Dhamnagar Bypoll: ଧାମନଗର ଉପନିର୍ବାଚନ ନେଇ ବିଜେଡିରେ ବିବାଦ !

କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଏ.ଏଲ.ଏଲ ବି । ପେସାରେ ସେ ଜଣେ ଓକିଲ । ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି । ହରେକୃଷ୍ଣ ସେଠୀ କଂଗ୍ରେସ ଦଳରେ ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଧାମନଗର ବ୍ଲକ ସଂଯୋଜକ ଭାବେ ଦାୟିତ୍ବ ତୁଲାଉଛନ୍ତି । ଧାମନଗର ବ୍ଲକର ଏସ.ସି ସେଲ(କଂଗ୍ରେସ)ର ସଭାପତି ଭାବେ କାର୍ଯ୍ୟ ମଧ୍ୟ କରୁଛନ୍ତି । ଗତ ପୌର ନିର୍ବାଚନରେ ତାଙ୍କ ପତ୍ନୀ (ପ୍ରମିଳା ସେଠୀ) ଧାମନଗର ଏନଏସିର ଅଧ୍ୟକ୍ଷା ପାଇଁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 13, 2022, 8:08 PM IST

ABOUT THE AUTHOR

...view details