ଓଡିଶା

odisha

By

Published : Jun 7, 2022, 10:44 PM IST

ETV Bharat / city

ବାରବାଟୀ T-20ମ୍ୟାଚ୍: ଖେଳାଳିଙ୍କ ସୁରକ୍ଷା ସହ ଫ୍ୟାନ୍ସଙ୍କ ଉପରେ ରହିବ ନଜର

ଜୁନ୍‌ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବ ଟିମ୍‌ ଇଣ୍ଡିଆ । ବିମାନ ବନ୍ଦରରେ ପହଞ୍ଚିବା ପରେ କ୍ରିକେଟରଙ୍କୁ ଦେଖିବାକୁ ଫ୍ୟାନ୍‌ଙ୍କ ଗହଳି ଲାଗିବ । ସେପଟେ ଖେଳାଳିଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ବାରବାଟିରେ T20ମ୍ୟାଚ୍: ଖେଳାଳିଙ୍କ ସୁରକ୍ଷା ସହ ଫ୍ୟାନ୍ସଙ୍କ ଉପରେ ରହିବ ନଜର
ବାରବାଟିରେ T20ମ୍ୟାଚ୍: ଖେଳାଳିଙ୍କ ସୁରକ୍ଷା ସହ ଫ୍ୟାନ୍ସଙ୍କ ଉପରେ ରହିବ ନଜର

ଭୁବନେଶ୍ବର:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଟି-୨୦ ସିରିଜ୍‌ ।ବାରବାଟୀ ଷ୍ଟାଡିୟମରେ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଜୁନ୍‌ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବ ଟିମ୍‌ ଇଣ୍ଡିଆ । ବିମାନ ବନ୍ଦରରେ ପହଞ୍ଚିବା ପରେ କ୍ରିକେଟରଙ୍କୁ ଦେଖିବାକୁ ଫ୍ୟାନ୍‌ଙ୍କ ଗହଳି ଲାଗିବ । ସେପଟେ ଖେଳାଳିଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ ପୋଲିସ ।

ଖେଳାଳିଙ୍କ ସୁରକ୍ଷା ସହ ଫ୍ୟାନ୍ସଙ୍କ ଉପରେ ରହିବ ନଜର

ପ୍ରଥମେ ଏୟାରପୋର୍ଟରୁ ହୋଟେଲ ଓ ହୋଟେଲରୁ ବାରବାଟି ଷ୍ଟାଡିୟମ ପର୍ଯ୍ୟନ୍ତ ଖେଳାଳିଙ୍କ ଯିବା ଆସିବା ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିବ । ଖେଳାଳି ଯିବାଆସିବା କରିବା ସମୟରେ ଫ୍ୟାନଙ୍କ ଉପରେ କଡ଼ା ନଜର ରଖିବ ପୋଲିସ । ଏଥିପାଇଁ ରାଜଧାନୀରେ ୨୧ ପ୍ଲାଟୁନ ପୋଲିସ ମୁତୟନ ପାଇଁ ହେଡ୍‌କ୍ବାର୍ଟରକୁ ଜଣାଇଛି ଭୁବନେଶ୍ୱର କମିଶନରେଟ ପୋଲିସ ।

ଖେଳାଳିଙ୍କ ସୁରକ୍ଷା ପାଇଁ ଅଭିଜ୍ଞ ପୋଲିସଙ୍କୁ ନେଇ ଆକ୍ସନ ପ୍ଲାନ କରାଯିବ । ତାସହିତ ଖେଳାଳି ରହୁଥିବା ହୋଟେଲ ନିକଟରେ ଅସ୍ଥାୟୀ କ୍ୟାମ୍ପ କରି ରହିବେ ପୋଲିସ କର୍ମୀ । ଏମାନେ ୨୪ ଘଣ୍ଟା ଆଲର୍ଟ ରହିବା ସହ ନଜର ରଖିବେ ।

ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି ପୁର୍ବରୁ ଖେଳ ସମୟରେ ଅଭିଜ୍ଞତା ଥିବା ପୋଲିସ ହିସାବରେ ସୁରକ୍ଷା ବ୍ୟବସ୍ଥା ଓ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ପାଇ ଆକ୍ସନ ପ୍ଲାନ କରାଯିବ । ଖେଳାଳିମାନେ ଷ୍ଟାଡିୟମ ଗଲା ବେଲେ ଯେପରି କୌଣସି ଫ୍ୟାନ ଉତ୍ସାହିତ ହୋଇ ଗାଡ଼ି ସାମ୍ନାକୁ ନଆସିବେ ସେଥିପ୍ରତି ନଜର ରହିବ । ଖେଳାଳିଙ୍କ ସହ ପୋଲିସ କାରକେଡ ସହ ଯିବା ରାସ୍ତାରେ ଫୋର୍ସ ମୁତୟନ ରହିବେ । ଏହାକୁ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details