ଓଡିଶା

odisha

By

Published : Jun 8, 2022, 7:38 AM IST

ETV Bharat / city

ଆଜି ଲୋକାର୍ପଣ ହେବ 445 ସ୍ମାର୍ଟ ସ୍କୁଲ

୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ପରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ । ଆଜି (ବୁଧବାର) 5ଟି ଜିଲ୍ଲାରେ 445ଟି ହାଇସ୍କୁଲ ରୂପାନ୍ତରିତ ହେବ । ଅଧିକ ପଢନ୍ତୁ

ଆଜି ଲୋକାର୍ପଣ ହେବ 445 ସ୍କୁଲ
ଆଜି ଲୋକାର୍ପଣ ହେବ 445 ସ୍କୁଲ

ଭୁବନେଶ୍ବର: ସ୍କୁଲରେ ତିଆରି ହୁଅନ୍ତି ଦେଶର ଭବିଷ୍ୟତ । ସେମାନଙ୍କ ଭିତରେ ରହିଛି ବିପୁଳ ପ୍ରତିଭା ଓ ସମ୍ଭାବନା । ତାହାକୁ ସଫଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ବଦଳୁଛି ପିଲାଙ୍କ ଶିକ୍ଷା ମନ୍ଦିର । ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ସେମାନଙ୍କ ବିଦ୍ୟାପୀଠ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ପରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ । ଆଜି (ବୁଧବାର) 5ଟି ଜିଲ୍ଲାରେ 445ଟି ହାଇସ୍କୁଲ ରୂପାନ୍ତରିତ ହେବ । ଭିସି ଜରିଆରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଉଛନ୍ତି ପିଲା । ସେମାନେ ପଢିଲେ ଦେଶ ବଢିବ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ । ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଥମେ ସ୍କୁଲର ବିକାଶ କରାଯାଉଛି । ଆଜି ଲୋକାର୍ପିତ ହେବାକୁ ଥିବା ସ୍କୁଲଗୁଡିକ ମଧ୍ୟରେ ବାଲେଶ୍ବରରେ 135ଟି, ପୁରୀରେ 95, ନୟାଗଡରେ 60, ଜଗତସିଂହପୁରରେ 75 ଓ ଭଦ୍ରକରେ 80ଟି ସ୍ମାର୍ଟ ସ୍କୁଲ ରହିଛି ।

ପ୍ରକାଶ ଥାଉ କି, ଏହା ପୂର୍ବରୁ ଜୁନ 6ରେ ତାରିଖରେ ୫ ଜିଲ୍ଲାର 490ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡା ଜିଲ୍ଲାର 95ଟି ହାଇସ୍କୁଲ, କଟକ 135 ସ୍କୁଲ, କଳାହାଣ୍ଡିର 100 ସ୍କୁଲ, ଝାଟସୁଗୁଡାର 70 ସ୍କୁଲ ଓ ବରଗଡର 90ଟିକୁ ମିଶାଇ ୫୩୧ଟି ବିଦ୍ୟାଳୟ ରୂପାନ୍ତରିତ ହୋଇଥିଲା ।

ABOUT THE AUTHOR

...view details