ଓଡିଶା

odisha

By

Published : Aug 10, 2020, 11:04 AM IST

ETV Bharat / city

ଆଜି ଗଞ୍ଜାମର ସମସ୍ତ ସରପଞ୍ଚଙ୍କ ସହ କଥା ହେବେ ନବୀନ

ରାଜ୍ୟରେ ସର୍ବାଧିକ ମାମଲା ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସଂକ୍ରମଣ ମାମଲାରେ ହ୍ରାସ ଘଟିବାରେ ଲାଗିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଗଞ୍ଜାମର ସମସ୍ତ ସରପଞ୍ଚଙ୍କ ସହ କଥା ହେବେ । ଅଧିକ ପଢନ୍ତୁ...

ଗଞ୍ଜାମ ଜିଲ୍ଲାର ସରପଞ୍ଚଙ୍କ ସହିତ କଥା ହେବେ ନବୀନ
ଗଞ୍ଜାମ ଜିଲ୍ଲାର ସରପଞ୍ଚଙ୍କ ସହିତ କଥା ହେବେ ନବୀନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହିତ କଥା ହେବେ। ଭିଡ଼ିଓ କନଫରେନ୍ସି ଜରିଆରେ କୋଭିଡ ସ୍ଥିତି ନିୟନ୍ତ୍ରଣ ନେଇ ଆଲୋଚନା କରିବେ। ଯେହେତୁ ଗଞ୍ଜାମରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ଏନେଇ ସମସ୍ତ ସରପଞ୍ଚଙ୍କୁ ଶ୍ରେୟ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ।

ସେହିଭଳି ସନ୍ଧ୍ୟାରେ କୋଭିଡ ସ୍ଥିତି ନେଇ ସମୀକ୍ଷା କରି ଖୋର୍ଦ୍ଧା ଜିଲ୍ଲା ଉପରେ ଅଧିକ ଗୁରୁତ୍ଵ ଦେବା ଆଶା କରାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟରେ ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛି । ଜିଲ୍ଲାର ସଂକ୍ରମିତ ମାମଲାରେ ସୁ୍ଧାର ଆସିଥିବା ନେଇ ଜିଲ୍ଲାପାଳ ଅମୃତା କୁଲାଙ୍ଗେ କହିଛନ୍ତି । ସେପଟେ କିନ୍ତୁ ଗଞ୍ଜାମକୁ ଟକ୍କର ଦେଇ ଖୋର୍ଦ୍ଧାରେ ସଂକ୍ରମଣ ମାମଲାରେ ବୃଦ୍ଧି ପାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details