ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ନିଖୋଜ ଥିବା ୪ ଛାତ୍ରଙ୍କ ମିଳିଲା ପତ୍ତା । ସାଇବର ଅପରାଧ ଲିଙ୍କ ସନ୍ଦେହରେ ୩ ଜଣ ଛାତ୍ରଙ୍କୁ ଅଟକ ରଖିଛି ସମ୍ବଲପୁର ଅଇଁଠାପାଲି ପୋଲିସ । ଏଥିସହ ଅନ୍ୟଜଣେ ଛାତ୍ର ମଧ୍ୟ ସେମାନଙ୍କ ସହ ଥିବା ସୂଚନା ।
ମାତ୍ର ତାଙ୍କର କୌଣସି ଅପରାଧିକ ମାମଲାରେ ଲିଙ୍କ ନଥିବା ଜଣାପଡିଛି । ଏନେଇ ପରିବାର ପକ୍ଷରୁ ସୂଚନା ମିଳିବା ପରେ କମିଶନରେଟ ପୋଲିସ ପକ୍ଷରୁ ଅଇଁଠାପାଲି ଥାନା ପୋଲିସ ସହ ଯୋଗାଯୋଗ ଆମ୍ଭ ହୋଇଛି । ପ୍ରକୃତରେ କେଉଁ କାରଣରୁ ପୋଲିସ ସେମାନଙ୍କୁ ଅଟକ ରଖିଛି ସେନେଇ ଅଇଁଠାପାଲି ପୋଲିସ ସହ ଯୋଗାଯୋଗ ପରେ ସ୍ପଷ୍ଟ ହେବ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି ।