ଭୁବନେଶ୍ବର:କୋଭିଡର ନୂଆ ଭାରଆଣ୍ଟ ଆସିବା ପରେ ପୁଣି କଡ଼ା କଟକଣା ଜାରି କରିଛି ପ୍ରଶାସନ । ଓମିକ୍ରନ ଭୟ ନେଇ ରାଜଧାନୀ ଭୁବନେଶ୍ବରରେ କୋଭିଡ କଟକଣା ଜାରି ହୋଇଛି । ଏହାସତ୍ତ୍ବେ କିଛି ବ୍ୟକ୍ତିବିଶେଷ ଏହି କଟକଣାକୁ ଅବମାନନା କରୁଥିବା ଦେଖା ଦେଇଛି । ଏହାକୁ ନେଇ ଗୁରୁବାର ଜନଗହଳିପୂର୍ଣ୍ଣ ସ୍ଥାନରେ ବିଏମ୍ସି ପକ୍ଷରୁ ଚଢ଼ାଉ ଜାରି ରହିଥିଲା । ଏହିକ୍ରମରେ ରାଜଧାନୀର ବିଭିନ୍ନ ଦୋକାନ ସିଲ୍ କଲା ବିଏମ୍ସି ।
ଗୁରୁବାର ସନ୍ଧ୍ୟାରେ BMC ପକ୍ଷରୁ ଖାଓଗଲି, ରାମ ମନ୍ଦିର ଟିଫିନ୍, ଏସ୍ପ୍ଲାନେଡ୍ (Esplanade) ମଲ୍ରେ ବିଏମ୍ସି ଚଢ଼ାଉ କରିଛି । ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଖାଅ ଗଲି ସମେତ ସମସ୍ତ ଜନ ଗହଳି ସ୍ଥାନ । ସେହିଭଳି ଭୁବନେଶ୍ୱର ଶିରିପୁର ଛକ ଓ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଥିବା ଉଠା ଖାଇବା ଦେକାନ ଗୁଡ଼ିକ ସିଲ କଲା ବିଏମସି । ଏହି ଦୋକାନ ଗୁଡ଼ିକ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସିଲ୍ ରହିବା ନେଇ ସୂଚନା ମିଳିଛି ।