ଓଡିଶା

odisha

By

Published : Sep 18, 2022, 7:17 AM IST

Updated : Sep 18, 2022, 11:02 PM IST

ETV Bharat / city

ମାଟିରେ ମିଶିଲା ଡ୍ରଗସ କୁଇନ ରଞ୍ଜୁର ଆଡ୍ଡା, ସାମ୍ନାକୁ ଆସିଲା ସେକ୍ସ ରାକେଟ ଲିଙ୍କ୍

ଭାଙ୍ଗିଲା ଲେଡି ଡନ୍‌ର ଘର । ଡ୍ରଗ୍ସ ମାଫିଆ ରଞ୍ଜୁର ଘର ଉପରେ ଚଢ଼ିଲା ବୁଲଡୋଜର । ଭୁବନେଶ୍ୱର ନାରାୟଣବସ୍ତିରେ ଥିବା ରଞ୍ଜୁର ଘରକୁ ଭାଙ୍ଗିଛି ପୋଲିସ । ଅଧିକ ପଢନ୍ତୁ

ମାଟିରେ ମିଶିଲା ଡ୍ରଗସ କୁଇନ ରଞ୍ଜୁର ଆଡ୍ଡା, ସାମ୍ନାକୁ ଆସିଲା ରଞ୍ଜୁର ସେକ୍ସ ରାକେଟ ଲିଙ୍କ୍
ମାଟିରେ ମିଶିଲା ଡ୍ରଗସ କୁଇନ ରଞ୍ଜୁର ଆଡ୍ଡା, ସାମ୍ନାକୁ ଆସିଲା ରଞ୍ଜୁର ସେକ୍ସ ରାକେଟ ଲିଙ୍କ୍

ଭୁବନେଶ୍ବର :ରାଜଭବନ ପଛପଟେ ଚନ୍ଦୁ ଓରଫ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ପରେ ଆକ୍ସନରେ ପୋଲିସ । ଚନ୍ଦୁର ହତ୍ୟାକାରୀ ରଞ୍ଜୁ ନାୟକ ଜେଲ ଯିବା ପରେ ରଞ୍ଜୁର ବସ୍ତିରେ ପଶିଛି ପୋଲିସ । ରଞ୍ଜୁର ବ୍ରାଉନସୁଗାର ଆଡ୍ଡାକୁ ଠାବ ପରେ‌ ବିଏମସି ଲଗାଇ ବୁଲଡୋଜର ଚଢାଇଛି । ରଞ୍ଜୁ ବ୍ରାଉନସୁଗାର‌ କାରବାର କରୁଥିଲା‌ । ନାରାୟଣୀ ବସ୍ତିରେ ନିଜକୁ ଲେଡି ଡନ‌ ଭାବ ବେଶ୍ ପରିଚିତ ଥିଲା ।

ମାଟିରେ ମିଶିଲା ଡ୍ରଗସ କୁଇନ ରଞ୍ଜୁର ଆଡ୍ଡା, ସାମ୍ନାକୁ ଆସିଲା ସେକ୍ସ ରାକେଟ ଲିଙ୍କ୍

ଯିଏ ବିରୋଧ କରୁଥିଲା ରଞ୍ଜୁ ତାକୁ ନିଜର ପତିଆରାରେ ଦବାଇ ରଖିଥିଲା । ବସ୍ତିର ନିଜ ଘର ପଛପଟେ ତିଆରି କରିଥିଲା ଛୋଟ ଛୋଟ 8ଟି ଝୁପୁଡି । ଯେଉଁଠି ନିଜ ପରିବାର ଲୋକଙ୍କୁ ରଖି ନିଜେ ଚଳାଇଥିଲା ସାମ୍ରାଜ୍ୟ । ସେଠାରେ ଚଳାଇଥିଲା ପତିଆରା ଆଉ ଦାଦାଗିରି । ଯାହାପାଇଁ ଗତ 10ତାରିଖରେ ଚନ୍ଦୁ ହତ୍ୟାକାଣ୍ଡ ଘଟିଥିଲା । ଆଉ ପରେ ଗତ 14ତାରିଖରେ ରଞ୍ଜୁ ଗିରଫ ପରେ ସାମ୍ନାକୁ ଆସିଥିଲା ରଞ୍ଜୁ ନାୟକର କାରନାମା । ଜେଲ୍ ଯିବାପରେ ରଞ୍ଜୁର ଗଡ଼ରେ ପଶିଛି ପୋଲିସ । ଶନିବାର ନାରାୟଣୀ ବସ୍ତିରେ ପୋଲିସ ପହଞ୍ଚି ରଞ୍ଜୁର ଘର ଭାଙ୍ଗିବା ବେଳେ ସବୁ ବିଷ ଓଗାଳିଥିଲେ ବସ୍ତି ବାସିନ୍ଦା ।

ଆଉ ରଞ୍ଜୁର ଗଡରେ ପୋଲିସ ଏଣ୍ଟ୍ରି ପରେ ସାମ୍ନାକୁ ଆସିଲା ରଞ୍ଜୁର ଗୁପ୍ତ କୋଠରୀ । ଯାହାକୁ ନିଜ ଘର ପଛପଟେ ଚଳାଇଥିଲା ରଞ୍ଜୁ । 8ଟି କୋଠରୀ ଠାବ ହେବାପରେ ଧରାପଡିଥିଲା ରଞ୍ଜୁର ସେକ୍ସ ରାକେଟ ନେଟୱାର୍କର ଧନ୍ଦା । ଯାହାର ଅଭିଯୋଗ ଆଣିଛନ୍ତି ବସ୍ତି ବାସିନ୍ଦା । ଯେହେତୁ ରଞ୍ଜୁର ଭୟରେ କେହି ମୁହଁ ଖୋଲୁନଥିଲେ । ଆଉ ରଞ୍ଜୁର ଗଡର କେହି ପଶିପାରୁନଥିଲେ ନା ପୋଲିସ ନା ଆଉ କେହି । ଯେଉଠିଁ ରଞ୍ଜୁ ନିଜର କିଛି ସହଯୋଗୀଙ୍କ ଜରିଆରେ ଚଳାଇଥିଲା ସେକ୍ସ ରାକେଟ । ଗୁପ୍ତ କୋଠରୀରେ ଦେହ ବ୍ୟବସାୟର କାରବାର ଚଳାଉଥିଲା । ପୋଲିସ ଯେତେବେଳେ ତାର ଘର ଭାଙ୍ଗିଥିଲା ସେତେବେଳେ ସାମ୍ନାକୁ ଆସିଥିଲା ଏହି ଗୁପ୍ତ କୋଠରୀ ।

ଭୁବନେଶ୍ୱର ୟୁନିଟ୍‌-୮ ନାରାୟଣ ବସ୍ତିରେ ବ୍ରାଉନସୁଗାର ବେପାରକୁ ନେଇ ପି.ସୁବ୍ରତ ରାଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଞ୍ଜୁ ନାୟକ ଓ ସ୍ୱାମୀ କାହ୍ନାକୁ ଗତ ୧୪ ତାରିଖରେ ଗିରଫ କରିଥିଲା ପୋଲିସ । ଗତ ୯ ତାରିଖ ରାତିରେ ଲେଡି ଡନ୍‌ ରଞ୍ଜୁ ନାୟକ ଓ ତା ସ୍ୱାମୀ ଏବଂ କିଛି ସହଯୋଗୀ ୩ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏଥିରେ ପି. ସୁବ୍ରତ ରାଓଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିଲେ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 18, 2022, 11:02 PM IST

ABOUT THE AUTHOR

...view details