ଓଡିଶା

odisha

By

Published : Nov 12, 2021, 10:36 PM IST

ETV Bharat / city

ଦୁର୍ନୀତି ପାଇଁ ବିଦାହେଲେ 8 ବାବୁ, ସରକାରଙ୍କ ଉପରେ ବର୍ଷିଲା ବିଜେପି

ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ ଦୁର୍ନୀତି ଉପରେ ବର୍ଷିଛି ବିଜେପି
ରାଜ୍ୟ ସରକାରଙ୍କ ଦୁର୍ନୀତି ଉପରେ ବର୍ଷିଛି ବିଜେପି

ଭୁବନେଶ୍ବର: ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ସେ କହିଛନ୍ତି ଯେ, ରାଜ୍ୟ ସରକାରରେ କମଳଯାକ ବାଳ । କେବଳ କଣ ୮ ଜଣ ବାହାରିଲେ ? ଯେଉଁମାନଙ୍କ ନାମରେ ଏଠି ଅଭିଯୋଗ ଅଛି । ସେଇମାନଙ୍କୁ ଏଠି ସରକାର ପୁରସ୍କୃତ କରୁଛନ୍ତି ।

ରାଜ୍ୟ ସରକାରଙ୍କ ଦୁର୍ନୀତି ଉପରେ ବର୍ଷିଛି ବିଜେପି

ଗୋଲକ ମହାପାତ୍ର କହିଛନ୍ତି, କେବଳ ନିଜର ଭାବମୂର୍ତ୍ତୀକୁ ଭଲ ରଖିବା ପାଇଁ ୮ ଜଣଙ୍କୁ ବରଖାସ୍ତ କରିବା ଭଳି ନିଷ୍ପତ୍ତି ନିଆଯାଇଛି । ମିଳିମିଶି ଖାଇବା ହେଉଛି ବିଜେଡି ସରକାରର ଲକ୍ଷଣ । ଏ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହିଥିବା ସରକାର । ଆଜି ବାଧ୍ୟତାମୂଳକ ଅବସର ଦେଲେ କିଛି ଦିନ ପରେ ସେମାନଙ୍କୁ ପୁନଃ ଥଇଥାନ କରିବ ଏଇ ସରକାର ବୋଲି ଅଭିଯୋଗ କରିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details