ଓଡିଶା

odisha

By

Published : Nov 18, 2019, 3:00 PM IST

ETV Bharat / city

'ନିଜର ବିବାଦୀୟ ବୟାନ ପାଇଁ କ୍ଷମା ମାଗନ୍ତୁ ନରସିଂହ ମିଶ୍ର'

ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ବିରୋଧରେ  ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ  କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଉପରେ ବର୍ଷିଛି ବିଜେପି । ତାଙ୍କର ଏହି ବୟାନ ପାଇଁ ସେ ଓଡିଶା ବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୋମବାର ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଜଗନ୍ନାଥ ସଂସ୍କୃତିର ଆସ୍ଥା କେନ୍ଦ୍ର ବିରୋଧରେ ନରସିଂହ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଜାଣିଶୁଣି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ କରିଛନ୍ତି। ପୂର୍ବରୁ ଆଇନ ମନ୍ତ୍ରୀ ଥିବା ବେଳେ ମଧ୍ୟ ସେ ଏଭଳି ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ତେବେ ଏଥିପାଇଁ କଂଗ୍ରେସ ଓ ନରସିଂହ ଉଭୟ ସାଢ଼େ ଚାରି କୋଟି ଓଡିଶାବାସୀଙ୍କୁ କ୍ଷମା ମଗାନ୍ତୁ ବୋଲି ବିଜେପି ଦାବି କରିଛି।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details