ଓଡିଶା

odisha

ଓଡିଶାର ଆର୍ଥିକ ସ୍ଥିତି ମହାକାଳ ଫଳ ଭଳି: ବିଜେପି ମୁଖପାତ୍ର

By

Published : May 24, 2022, 7:37 PM IST

ରାଜ୍ୟ ସରକାରଙ୍କ ବାହାସ୍ଫୋଟ ଏବଂ ସ୍ବପ୍ନର କୌଣସି ଯଥାର୍ଥ ନାହିଁ । ସରକାରଙ୍କ ଅପାରଦର୍ଶିତାର ମୁଖା ଖୋଲିବ ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ବିଜେପି ମୁଖପାତ୍ର ରମା ରଞ୍ଜନ ବଳିଆରସିଂ । ଅଧିକ ପଢନ୍ତୁ

ବିଜେପି ମୁଖପାତ୍ର
ବିଜେପି ମୁଖପାତ୍ର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବାହାସ୍ଫୋଟ ଏବଂ ସ୍ବପ୍ନର କୌଣସି ଯଥାର୍ଥ ନାହିଁ । ସରକାରଙ୍କ ଅପାରଦର୍ଶିତାର ମୁଖା ଖୋଲିବ ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ବିଜେପି ମୁଖପାତ୍ର ରମାରଞ୍ଜନ ବଳିଆର ସିଂ । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ସିଧା ଆକ୍ରମଣ କରିଛି ବିଜେପି ।

ଓଡିଶାର ଆର୍ଥିକ ସ୍ଥିତି ମହାକାଳ ଫଳ ଭଳି: ବିଜେପି ମୁଖପାତ୍ର

ରମା କହିଛନ୍ତି, ବାହାସ୍ଫୋଟ ଏବଂ ସ୍ବପ୍ନର କୌଣସି ଯଥାର୍ଥ ନାହିଁ । ସରକାରଙ୍କ ଅପାରଦର୍ଶିତାର ମୁଖା ଖୋଲିବ ବିଜେପି । ଗୁଜୁରାଟର ବିଗତ ୨୦ ବର୍ଷ ତଳର ଚିନ୍ତାକୁ ଆଜି ଓଡିଶା ଆପଣେଉଛି ଭାଇବ୍ରାଣ୍ଟ ଓଡିଶା । ୨୦୦୧ ମସିହାରେ ମୋଦି ଭାଇବ୍ରାଣ୍ଟ ଗୁଜୁରାଟର ସ୍ବପ୍ନ ଦେଖିଥିଲେ । ଆଉ ଆଜି ଓଡିଶା ତାହାକୁ କପି କରୁଛି । ଓଡିଶାର ଆର୍ଥିକ ସ୍ଥିତି ମହାକାଳ ଫଳ ଏବଂ ଓଡିଶା ପାଇଁ ଏହା କାଳ ଭଳି । ୨୦୦୧ ରେ ଓଡିଶାର ବଜେଟ ୯ ହଜାର ୬୪୧ କୋଟି ଥିଲା । ୨୦୨୨-୨୩ ବେଳକୁ ୧ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି ।

ରମା କହିଛନ୍ତି, ବଜେଟର ତଫାତ ରୁ ହିଁ ଜଣାପଡୁଛି ଓଡିଶାର ପାରଦର୍ଶିତା , ରାଜ୍ୟର ଋଣ ଭାର ୨୦୦୦ ମସିହାରେ ୧୮ ହଜାର କୋଟି ଥିଲା ବେଳେ ୨୦୨୦-୨୧ ବେଳକୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଏଠି ଚାଷୀ ଏବଂ ଉଦ୍ୟୋଗି ପାଇଁ ଋଣ ନାହିଁ । ଏହା ସହ ୨୦୦୯ -୧୦ ରେ ମୁଣ୍ଡପିଛା ଋଣ ଭାର ୯ ହଜାର ୧୮୦ ଥିବା ବେଳେ ୨୦୨୧ -୨୨ ରେ ୨୩୫୨୪ କୋଟି ଟଙ୍କା ଅଛି ମୁଣ୍ଡପିଛା ଋଣ ଭାର । ଗରିବୀ ଦୃଷ୍ଟି କୋଣରୁ ଓଡିଶା ୯ ନମ୍ବର ସ୍ଥାନରେ ରହିଛି । ବଜେଟ ପ୍ରତିବର୍ଷ ଉପସ୍ଥାପନ ହେଉଛି ମାତ୍ର ନଭେମ୍ବର ଡିସେମ୍ବର ସୁଦ୍ଧା ମାତ୍ର ୩୦ ପ୍ରତିଶତ ହେଉଥିବା ବେଳେ ବର୍ଷର ଶେଷ ତିନିମାସରେ ବାକି ୭୦ ଭାଗ ଖର୍ଚ୍ଚ ହେଉଛି ।

ଏହାବାଦ ୨୦୧୨-୧୩ ରୁ ଆଜି ପର୍ଯ୍ୟନ୍ତ ବେନିୟମ ଖର୍ଚ୍ଚ ଉପରେ ମଧ୍ୟ ରେଗୁଲାରାଇଜ କରାଯାଇ ନାହିଁ । ସିଏଜି ରିପୋର୍ଟରେ ମଧ୍ୟ ଉଲ୍ଲେଖ ରହିଛି ରାଜ୍ୟ ସରକାର ସଠିକ ଭାବରେ ଅର୍ଥକୁ ଖର୍ଚ୍ଚ କରୁନାହିଁନ୍ତି । ଓଡିଶାର ପୁଞ୍ଜିନିବେଶ ସମ୍ପୂର୍ଣ୍ଣ ପଥଭ୍ରଷ୍ଟ । ତେଣୁ ରାଜ୍ୟ ସରକାର ତୁରନ୍ତ ଯତ୍ନବାନ ହୁଅନ୍ତୁ ବୋଲି ରମା କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details