ଭୁବନେଶ୍ବର:ଭୁବନେଶ୍ୱର ମହାନଗର ନିଗମର ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ ଆଜି(ମଙ୍ଗଳବାର) ମହାଦେବ ଶ୍ରୀ ଲିଙ୍ଗରାଜ ଦର୍ଶନଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ଡକ୍ଟର ସୁନୀତି ମୁଣ୍ଡଙ୍କ ସହ ତାଙ୍କ ସମର୍ଥକ ଓ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଲିଙ୍ଗରାଜଙ୍କ ଦର୍ଶନପରେ ଡକ୍ଟର ସୁନୀତି ମୁଣ୍ଡ ପ୍ରଚାର ପାଇଁ ବାହାରି ଯାଇଥିଲେ ।
ମହାଦେବ ଲିଙ୍ଗରାଜଙ୍କୁ ଦର୍ଶନ କଲେ ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ
ଭୁବନେଶ୍ୱର ମହାନଗର ନିଗମର ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ ଆଜି(ମଙ୍ଗଳବାର) ମହାଦେବ ଶ୍ରୀ ଲିଙ୍ଗରାଜ ଦର୍ଶନଙ୍କ ଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ
ମହାଦେବ ଲିଙ୍ଗରାଜଙ୍କୁ ଦର୍ଶନ କଲେ ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ
ଏହି ଅବସରରେ ତାଙ୍କ ସହ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଓ ବିଜେପି କର୍ପୋରେଟର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ । ଗତକାଲି ବିଏମ୍ସି ମେୟର ପଦ ପାଇଁ ନାମାଙ୍କନ ଭରିଥିଲେ ସୁନୀତି ମୁଣ୍ଡ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ