ଓଡିଶା

odisha

‘ଆଳୁ ମିଶନ ନାମରେ ହରିଲୁଟ କରିଛନ୍ତି ଅଫିସର’

By

Published : Mar 30, 2019, 2:34 PM IST

ରାଜ୍ୟରେ ବାର୍ଷିକ ୧୧ ଲକ୍ଷ ଟନ ଆଳୁ ଆବଶ୍ୟକତା ଥିବାବେଳେ କୋଲ ଷ୍ଟୋରେଜ ଅଭାବରୁ ମାତ୍ର ୨ ଲକ୍ଷ ଟନ ଆଳୁ ଉତ୍ପାଦାନ ହୋଇପାରିଛି । ଓଡିଶାରେ ଆଳୁ ଉତ୍ପାଦନ ଅନେକ ମାତ୍ରାରେ ହ୍ରାସ ପାଇଛି । ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ କୋଲ ଷ୍ଟୋରେଜ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ଫେଲ ମାରିଛି ଆଳୁ ମିଶନ । ସାଧାରଣ ଲୋକଙ୍କ ଅର୍ଥକୁ ହରିଲୁଟ୍‌ କରାଯାଇଛି । ଏଥିରେ ସମ୍ପୃକ୍ତ ଅଫିସରଙ୍କୁ ସୁରକ୍ଷା ଯୋଗାଇଛନ୍ତି ରାଜ୍ୟ ସରକାର । ଆଜି ଏପରି ଦାବି କରି ରାଜ୍ୟ ସରକାରଙ୍କୁ ଉତ୍ତର ମାଗିଛି ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଏପରି ଅଭିଯୋଗ ଆଣିଛନ୍ତି । ରାଜ୍ୟରେ କୋଟି କୋଟି ଟଙ୍କାର ସାଧାରଣ ଲୋକଙ୍କ ଅର୍ଥକୁ ହରିଲୁଟ କରାଯାଇଛି । ୨୦୧୪ ଡିସେମ୍ବରରେ ରାଜ୍ୟରେ ଆଳୁ ମିଶନ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏହା ପ୍ରତାରଣାରେ ପରିଣତ ହୋଇଛି ବୋଲି ସେ କହିଛନ୍ତି ।

ରାଜ୍ୟରେ ବାର୍ଷିକ ୧୧ ଲକ୍ଷ ଟନ ଆଳୁ ଆବଶ୍ୟକତା ଥିବାବେଳେ କୋଲ ଷ୍ଟୋରେଜ ଅଭାବରୁ ମାତ୍ର ୨ ଲକ୍ଷ ଟନ ଆଳୁ ଉତ୍ପାଦାନ ହୋଇପାରିଛି । ଓଡିଶାରେ ଆଳୁ ଉତ୍ପାଦନ ଅନେକ ମାତ୍ରାରେ ହ୍ରାସ ପାଇଛି । ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ କୋଲ ଷ୍ଟୋରେଜ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ବୋଲି ପୃଥ୍ବୀରାଜ କହିଛନ୍ତି ।

ଏହାସହ ସେ ଅଭିଯୋଗ କରିଛନ୍ତି ଯେ ଅଫିସରମାନେ ଆଳୁ ମିଶନ ନାମରେ ଅର୍ଥ ହରିଲୁଟ କରିଛନ୍ତି । ସରକାର ଏହାର ଜବାବ ଦିଅନ୍ତୁ ବୋଲି ହରିଚନ୍ଦନ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାଏ, ଇଟିଭି ଭାରତ

ABOUT THE AUTHOR

...view details