ଓଡିଶା

odisha

ବିଜୟ ଅଭିନନ୍ଦନ ଭାରତୀୟ ଗଣତନ୍ତ୍ରରେ ଏକ ପରମ୍ପରା: BJD

By

Published : Mar 28, 2022, 10:58 PM IST

ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ଯାଇଥିଲେ ସରକାରୀ ଅଧିକାରୀ । ଏହାକୁ ନେଇ ଗତ ଦୁଇ ଦିନ ହେଲା ବିଭିନ୍ନ ଚର୍ଚ୍ଚା ଚାଲିଛି । ଏପଟେ ପ୍ରେସ ବିବୃତି ମାଧ୍ୟମରେ ଜବାବ ରଖିଛି ବିଜେଡି । ଅଧିକ ପଢନ୍ତୁ

ବିଜେଡି
ବିଜେଡି

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ଯାଇଥିଲେ ସରକାରୀ ଅଧିକାରୀ । ଏହାକୁ ନେଇ ଗତ ଦୁଇ ଦିନ ହେଲା ବିଭିନ୍ନ ଚର୍ଚ୍ଚା ଚାଲିଛି । ଆଜି ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ, ସରକାରୀ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା ବିଜେପି । ଏପଟେ ପ୍ରେସ ବିବୃତି ମାଧ୍ୟମରେ ଜବାବ ରଖିଛି ବିଜେଡି । ପରାଜୟ ପ୍ରସଙ୍ଗରୁ କର୍ମୀଙ୍କ ନଜର ହଟାଇବାକୁ ବିଜେପିର ଏହା ଉଦ୍ୟମ ବୋଲି ବିଜେଡି କହିଛି ।

ବିଜୟ ଅଭିନନ୍ଦନ ଭାରତୀୟ ଗଣତନ୍ତ୍ରରେ ଏକ ପରମ୍ପରା: ବିଜେଡି

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ଜିଲ୍ଲା ପରିଷଦ ଏବଂ ପୌର ନିର୍ବାଚନରେ ଓଡିଶାର ଲୋକଙ୍କ ଆତ୍ମବିଶ୍ବାସ ହାସଲ କରିବାରେ ବିଫଳ ହୋଇଛି ରାଜ୍ୟ ବିଜେପି । ଏହା ପରେ ବିଜେପି ଆଜି ପୁଣିଥରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଶସ୍ତା ରାଜନୀତି ଖେଳିବାର ପୁରୁଣା ଅଭ୍ୟାସକୁ ଦୋହରାଇଛି । ଓଡିଶା ବିଜେପି ବୋଧହୁଏ ଜାଣି ନାହିଁ ଯେ ନିକଟରେ ବିଜେପି ଶାସିତ ରାଜ୍ୟରେ ମଧ୍ୟ ନିର୍ବାଚନ ହେବା ପରେ ବରିଷ୍ଠ ଅମଲାତନ୍ତ୍ର ଯାଇ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଏଥିରେ କିଛି ଭୁଲ ନାହିଁ । ଏହା ସମଗ୍ର ଭାରତରେ ଘଟେ ଏବଂ ଏହା ଏକ ପରମ୍ପରା । ଭାରତୀୟ ଗଣତନ୍ତ୍ରରେ, ପ୍ରତ୍ୟେକ ନିର୍ବାଚନରେ ବିଜୟ ପରେ ଅମଲାତନ୍ତ୍ର ତଥା ସମାଜର ଅନ୍ୟାନ୍ୟ ବର୍ଗ ଯାଇ ଜନତାଙ୍କ ଦ୍ବାରା ନିର୍ବାଚିତ ନେତାଙ୍କୁ ଅଭିନନ୍ଦନ ଜଣାଇଥାନ୍ତି । ଲୋକଙ୍କ ଜନାଦେଶକୁ ସମ୍ମାନ ଦେବା ଏବଂ ଗଣତନ୍ତ୍ରର ଆବେଗ ପ୍ରତି ସେମାନଙ୍କର ଦୃଢତାକୁ ଦେଖାଇବା ପାଇଁ ଏହା ଏକ ପଦକ୍ଷେପ ଭାବରେ କରାଯାଉଛି । ଯାହାକି ଓଡିଶା ବିଜେପି ଭୁଲିଯାଇଥିବା ପରି ମନେହୁଏ । ଓଡିଶା ବିଜେପି ନିକଟରେ କୌଣସି ପ୍ରସଙ୍ଗ ନାହିଁ । ତେଣୁ ସେମାନଙ୍କର ରାଜନୈତିକ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ଅଣପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି । ବିଶେଷକରି ନିର୍ବାଚନରେ ବୃହତ ପରାଜୟ ପରେ ସେମାନେ ନିଜ ଦଳର ହତାଶ ତଥା ମନୋବଳ ଭାଙ୍ଗିଯାଇଥିବା କର୍ମୀଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଥିବା ଲେନିନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details