ଓଡିଶା

odisha

By

Published : Feb 15, 2022, 4:54 PM IST

ETV Bharat / city

ନିର୍ବାଚନୀ ହିଂସା ଅଭିଯୋଗ ଆଣିଲା ବିଜେଡି

ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡି । ଗତକାଲିରୁ ପ୍ରଚାର ବନ୍ଦ ହୋଇଥିବା ସତ୍ତ୍ବେ ମଧ୍ୟ ହାରିବା ଭୟରେ ଗଜପତି ଓ ପିପିଲି ଭଳି ସ୍ଥାନରେ ବିଜେଡିର ଲୋକଙ୍କୁ ଆକ୍ରମଣ କରୁଛନ୍ତି ବିଜେପି । ଅଧିକ ପଢନ୍ତୁ

ନିର୍ବାଚନୀ ହିଂସା ଅଭିଯୋଗ ଆଣିଲା ବିଜେଡି
ନିର୍ବାଚନୀ ହିଂସା ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର:ରାଜ୍ୟନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡି । ଗତକାଲିରୁ ପ୍ରଚାର ବନ୍ଦ ହୋଇଥିବା ସତ୍ତ୍ବେ ମଧ୍ୟ ହାରିବା ଭୟରେ ଗଜପତି ଓ ପିପିଲି ଭଳି ସ୍ଥାନରେ ବିଜେଡିର ଲୋକଙ୍କୁ ଆକ୍ରମଣ କରୁଛନ୍ତି ବିଜେପି । ଭଦ୍ରକ ଓ କାମାକ୍ଷାନଗରରେ ପୋଲିସଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି ବୋଲି ବିଜେଡି କହିଛି । ଏନେଇ ଆଜି(ମଙ୍ଗଳବାର) ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ବିଜେଡି ପ୍ରତିନିଧି ଦଳ ।

ନିର୍ବାଚନୀ ହିଂସା ଅଭିଯୋଗ ଆଣିଲା ବିଜେଡି

ଏଥିସହ ନିର୍ବାଚନ କମିଶନଙ୍କୁ ଭେଟି ଆକ୍ସନ ନେବା ପାଇଁ ଅନୁରୋଧ କରିଛି ବିଜେଡି । ନିର୍ବାଚନରେ ହାରିବା ଭୟରେ ବିଜେପି ହିଂସା ପନ୍ଥା ଆପଣେଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details