ଭୁବନେଶ୍ବର:ୱେବ୍ ଚ୍ୟାନେଲ୍ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲା ଭାରତୀୟ ବିକାଶ ପରିଷଦ । ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ପୋଲିସ ସଠିକ ଢଙ୍ଗରେ ତଦନ୍ତ କରୁନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ଶାଖା ସଭାପତି ସୁବ୍ରତ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ନୂଆପଲ୍ଲୀ ଗ୍ରାମ ବାସିନ୍ଦା ଥିଲେ ମାନସ ସ୍ବାଇଁ । ଏକ ୱେବ ନିୟୁଜ ଚ୍ୟାନେଲରେ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ । ଏହି ୱେବ୍ ଚ୍ୟାନେଲର ମାଲିକାଣି ହେଉଛନ୍ତି ଶର୍ମିଷ୍ଠା ରାଉତ । ଫେବ୍ରୁଆରୀ ୫ ତାରିଖରେ ମାନସ ସ୍ବାଇଁ ଏକ ବାହାଘର ଭିଡିଓ ଓ ଫଟୋ ସୁଟିଂ କରିବାକୁ ଭଦ୍ରକର ଚାନ୍ଦବାଲି ଯାଇଥିଲେ ।
ଏହା ବି ପଢନ୍ତୁ:ମାନସ ସ୍ବାଇଁ ହତ୍ୟାକାଣ୍ଡ: ସାମ୍ନାକୁ ଆସିଲା ଅଭିଯୁକ୍ତର ଅସଲି ଚିତ୍ର