ଓଡିଶା

odisha

ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ବିଡିଏ ଫିଲ୍ଡ ଇନ୍ସପେକ୍ଟର

By

Published : Sep 7, 2022, 8:33 PM IST

ରାଜଧାନୀରେ ବିବାହିତ ବ୍ୟାଙ୍କ କର୍ମଚାରାଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ବିଡିଏ ଫିଲ୍ଡ ଇନ୍ସପେକ୍ଟର(BDA Field Inspector Arrest)। ଅଭିଯୁକ୍ତ ବିଡିଏ ଫିଲ୍ଡ ଇନ୍ସପେକ୍ଟର ମନୋରଞ୍ଜନ ଦାସଙ୍କୁ ବାନ୍ଧିଲା ଲକ୍ଷ୍ମୀସାଗର ଥାନା ପୋଲିସ । ଅଧିକ ପଢନ୍ତୁ

ରାଜଧାନୀରେ ବ୍ୟାଙ୍କ କର୍ମଚାରାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ବିଡିଏ ଫିଲ୍ଡ ଇନ୍ସପେକ୍ଟର
ରାଜଧାନୀରେ ବ୍ୟାଙ୍କ କର୍ମଚାରାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ବିଡିଏ ଫିଲ୍ଡ ଇନ୍ସପେକ୍ଟର

ଭୁବନେଶ୍ବର:ରାଜଧାନୀରେ ବିଡିଏ ଫିଲ୍ଡ ଇନ୍ସପେକ୍ଟରଙ୍କ(BDA Field Inspector) ନାରକୀୟ କାଣ୍ଡ । ପ୍ରଥମେ ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ । ପରେ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ । ଏହାପରେ ଠକେଇ ପ୍ଲାନ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବିଡିଏ ଫିଲ୍ଡ ଇନ୍ସପେକ୍ଟରଙ୍କ ନାଁରେ । ରାଜଧାନୀର ବିବାହିତା ବ୍ୟାଙ୍କ କର୍ମଚାରୀଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ ଅଭିଯୋଗରେ ବାନ୍ଧିଲା ଲକ୍ଷ୍ମୀସାଗର ଥାନା ପୋଲିସ ବିଡିଏ ଫିଲ୍ଡ ଇନ୍ସପେକ୍ଟରଙ୍କୁ(BDA Field Inspector Arrest) । ଚନ୍ଦକା ଥାନା ଶିମିଳିପାଟଣା ଅଞ୍ଚଳର ବିଡିଏ ଫିଲ୍ଡ ଇନ୍ସପେକ୍ଟର ମନୋରଞ୍ଜନ ରହୁଥିବା ନେଇ ସୂଚନା ।

ସୂଚନା ଅନୁସାରେ, ବିଡିଏ ଅଫିସରେ କାମ କରୁଥିବା ସମୟରେ ଜଣେ ବିବାହିତ ବ୍ୟାଙ୍କ କର୍ମଚାରୀଙ୍କ ସହ ମନୋରଞ୍ଜନଙ୍କ ଦେଖା ସାକ୍ଷାତ ହୋଇଥିଲା । ବ୍ୟାଙ୍କ କର୍ମଚାରୀ ଜଣକ ବିବାହିତ ହେବା ସତ୍ତ୍ବେ ପୂର୍ବରୁ ସ୍ବାମୀଙ୍କ ସହ କଳହ କାରଣରୁ ଏକ ପ୍ରକାର ଅଲଗା ରହିଆସୁଥିଲେ । ଏହାର ସୁଯୋଗ ନେଇ ମହିଳା ବ୍ୟାଙ୍କ କର୍ମଚାରୀଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲେ । ମିଠା ମିଠା କଥା କହି ମହିଳାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପରେ ପ୍ରେମ ନିବେଦନ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସଂପର୍କ । ସଂପୃକ୍ତ ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ପୁରୀ ନେଇ ବୁଲାବୁଲି ମଧ୍ୟ କରିଥିଲେ ଅଭିଯୁକ୍ତ ମନୋରଞ୍ଜନ । ପ୍ରେମ ସଂପର୍କ ନିବିଡ଼ ହେବାପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । ଏହାପରେ ନିଜର ଅସଲ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମହିଳାଙ୍କୁ ଅନେକ ମନଭୁଲା କଥା କହିଥିଲେ ବିଡିଏ ଫିଲ୍ଡ ଇନ୍ସପେକ୍ଟର । ବିଭିନ୍ନ ଆଳ ଦେଖାଇ ବିବାହିତା ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ । ଏହାପରେ ସଂପୃକ୍ତ ମହିଳାଙ୍କୁ ଆଉ ଧରାଛୁଆଁ ଦେଇନଥିଲେ କି ଫୋନ କଲ ମଧ୍ଯ ରିସିଭ କରିନଥିଲେ ଅଭିଯୁକ୍ତ ମନୋରଞ୍ଜନ ଦାସ ।

ଏଭଳି ସଙ୍ଗୀନ ଅଭିଯୋଗ ସହିତ ପ୍ରମାଣ ଦେଇ ଫେବୃଆରୀ 9 ତାରିଖରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ ସଂପୃକ୍ତ ବିବାହିତ ବ୍ୟାଙ୍କ କର୍ମଚାରୀ ଜଣକ । ଏନେଇ ଲକ୍ଷ୍ମୀସାଗର ପୋଲିସ ଘଟଣାର ଖୋଳତାଡ଼ କରିଥିଲା । ଏହା ଜାଣିବା ପରେ ଅଭିଯୁକ୍ତ ଜଣକ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ । ସେପଟେ ଲକ୍ଷ୍ମୀସାଗର ଥାନା ପୋଲିସ ଏହି ଘଟଣାରେ ଅଭିଯୁକ୍ତ ମନୋରଞ୍ଜନକୁ ଗିରଫ କରିବାରେ ସଫଳ ହୋଇଛି । ଏହାପରେ 506,376,417,420,354 ଦଫାରେ ମନୋରଞ୍ଜନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details