ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନର ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା । ପ୍ରଥମେ ଜଳ ସମ୍ପଦ, ଯୋଜନା ସମନ୍ବୟ ବିଭାଗ ଉପରେ ଆଲୋଚନା ହୋଇଥିଲା । ଉଭୟ ବିଭାଗର ମନ୍ତ୍ରୀ ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।
ତେବେ ଯୋଜନା ସମନ୍ବୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇ ପାରିନାହାଁନ୍ତି । ଫଳରେ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଶ୍ନକାଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ପଛୁଆ ଅଞ୍ଚଳ ତଥା ପଶ୍ଚିମ ଓଡିଶାର ବିକାଶ ପାଇଁ କେବିକେ, କେବିକେ ପ୍ଲସ-2, ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହୋଇଛି । ଏହାବାଦ ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ ଭଳି ଜିଲ୍ଲାରେ ପ୍ରାକୃତିକ ସମ୍ପଦ ଥିବାରୁ ମୁଣ୍ଡପିଛା ଆୟ ବଢିବା ସ୍ବାଭାବିକ । କିନ୍ତୁ ଉପକୂଳ ଓଡିଶା ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖିନ ହେଉଛି । ଫଳରେ ଆଜି ମଧ୍ୟ ଉପକୂଳର ବହୁ ଅଞ୍ଚଲ ପଛୁଆ ହୋଇ ରହିଛି ।