ଓଡିଶା

odisha

By

Published : Feb 12, 2021, 3:33 PM IST

ETV Bharat / city

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ହାଇଦ୍ରାବାଦରେ ଅସ୍ତ୍ରୋପଚାର

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ଅସ୍ତ୍ରୋପଚାର ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଟ୍ୱିଟ କରି ସୂଚନା ଦେଇଛନ୍ତି ହରିଚନ୍ଦନ । ଅଧିକ ପଢନ୍ତୁ...

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କର ହାଇଦ୍ରାବାଦରେ ଅସ୍ତ୍ରୋପଚାର
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କର ହାଇଦ୍ରାବାଦରେ ଅସ୍ତ୍ରୋପଚାର

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କର ଅସ୍ତ୍ରୋପଚାର ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ହାଇଦ୍ରାବାଦରେ ବିଶ୍ବ ଭୂଷଣଙ୍କ ଅସ୍ତ୍ରୋପଚାର ହୋଇଛି ଏବଂ ଏବେ ସେ ସୁସ୍ଥ ଥିବା ଜଣାପଡିଛି ।

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କର ହାଇଦ୍ରାବାଦରେ ଅସ୍ତ୍ରୋପଚାର

ଅସ୍ତ୍ରୋପଚାର ପରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରିଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ । ତେବେ ସାକ୍ଷାତ କରି ବିଶ୍ବ ଭୂଷଣଙ୍କର ଶୀଘ୍ର ସୁସ୍ଥତା କାମନା କରିଛନ୍ତି ତେଲେଙ୍ଗାନା ରାଜ୍ୟପାଳ ।

ବିଶ୍ବ ଭୂଷଣ ହରିଚନ୍ଦନ ଟ୍ବିଟ କରି କହିଛନ୍ତି, ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନଙ୍କୁ ସାକ୍ଷାତ କରି ଖୁସି ଅନୁଭବ କରୁଛି । ତେବେ ଅସ୍ତ୍ରୋପଚାର ନେଇ ରାଜ୍ୟପାଳ ତାମିଲିସାଇ ଶୀଘ୍ର ସୁସ୍ଥତା କାମନା କରିଥିବା କହିଛନ୍ତି ହରିଚନ୍ଦନ ।

86 ବର୍ଷୀୟ ହରିଚନ୍ଦନଙ୍କର କେବେ ଓ କେଉଁ କାରଣରୁ ଅସ୍ତ୍ରୋପଚାର ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ABOUT THE AUTHOR

...view details