ଓଡିଶା

odisha

By

Published : Feb 2, 2022, 10:30 PM IST

ETV Bharat / city

ସ୍ମୃତିରେ ଝଡର ଇଗଲ ବିଜୁ ବାବୁ

ମ୍ୟୁଜିକ୍ ଭିଡିଓରେ ପ୍ରବାଦ ପୁରୁଷଙ୍କ ବୀରତ୍ବ ଗାଥା । ଗୀତରେ ଗୀତରେ ଗୁଲମାର୍ଗ ଦଖଲର କାହାଣୀ । ଅଧିକ ପଢନ୍ତୁ

ସ୍ମୃତିରେ ଝଡର ଇଗଲ ବିଜୁ ବାବୁ
ସ୍ମୃତିରେ ଝଡର ଇଗଲ ବିଜୁ ବାବୁ

ଭୁବନେଶ୍ବର : ମ୍ୟୁଜିକ୍ ଭିଡିଓରେ ପ୍ରବାଦ ପୁରୁଷଙ୍କ ବୀରତ୍ବ ଗାଥା । ଗୀତରେ ଗୀତରେ ଗୁଲମାର୍ଗ ଦଖଲର କାହାଣୀ । ପାକିସ୍ତାନର ଷଡଯନ୍ତ୍ର ଏବଂ କବାଲିଙ୍କ ଠାରୁ କାଶ୍ମୀର ରାଜାଙ୍କୁ ରକ୍ଷା କରିବାକୁ ଡାକୋଟା ନେଇ ବିମାନରେ ପହଞ୍ଚିଥିଲେ ଓଡ଼ିଆର ଗର୍ବ ବିଜୁ ବାବୁ ।

ସ୍ମୃତିରେ ଝଡର ଇଗଲ ବିଜୁ ବାବୁ

ଆଜିକାର ଯୁବବର୍ଗଙ୍କୁ ବିଜୁ ପଟ୍ଟନାୟକଙ୍କର କାହାଣୀ ସମ୍ପର୍କରେ ଅବଗତ କରାଇବା ପାଇଁ ଯୁବ ନିର୍ଦ୍ଦେଶକ ୟଶ୍ ବର୍ମନ ଏଭଳି ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏହି ଭିଡିଓ ମାଧ୍ୟମରେ କିପରି ଜମ୍ମୁ କାଶ୍ମୀର ଅକ୍ତିଆର କରିବାକୁ ଷଡଯନ୍ତ୍ର କରିଥିଲା ପାକିସ୍ତାନ । ସେତେବେଳର ରାଜା ହରି ସିଂ କବାଲିଙ୍କ ହାତରୁ ରକ୍ଷା ପାଇବା ସହ କାଶ୍ମୀରକୁ ରକ୍ଷା କରିବା ପାଇଁ ଭାରତକୁ ସୈନ୍ୟ ସହାୟତା ମାଗିବା ସହ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫୋନ କଲ ପରେ ବିଜୁବାବୁ କିଭଳି ଡାକୋଟା ବିମାନରେ ଭାରତୀୟ ସୈନ୍ୟ ନେଇ ରାଜାଙ୍କୁ ଉଦ୍ଧାର କରୁଛନ୍ତି ତାହା ଭିଡିଓରେ ପ୍ରଦର୍ଶିତ କରାଯାଇଛି ବୋଲି କହିଛନ୍ତି ୟଶ୍ ବର୍ମନ ।

ବିଜୁ ପଟ୍ଟନାୟକଙ୍କ ଡେୟାର ଡେଭିଲ କାର୍ଯ୍ୟ ଏବଂ ଦେଶ ଗଠନରେ ଭୂମିକା ଆଜିର ଯୁବପିଢିଙ୍କ ଜଣାଇବା ପାଇଁ ଏଭଳି ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରାଯାଇଛି । ବିଜୁ ବାବୁଙ୍କର ମାତ୍ର ଗୋଟିଏ ଅପରେସନ ପ୍ରଦର୍ଶନ କରାଯାଇଛି । ଯାହାକୁ ପ୍ରସ୍ତୁତ କରିବା ପାଇଁ ଦୁଇମାସରୁ ଅଧିକ ସମୟ ନେଇଥିଲେ ୟଶ ।

ଏହାବି ପଢନ୍ତୁ :ମହାପ୍ରଭୁଙ୍କ ପଦ୍ମବେଶ ପାଇଁ ପଦ୍ମଫୁଲ ଅର୍ପଣ କଲେ ରାଜଧାନୀର ଶିକ୍ଷକ

। ଡାକୋଟା ବିମାନର ଅବିକଳ ନକଲ ନିର୍ମାଣ କରିବା ସହ ବିଜୁ ବାବୁଙ୍କ ଯୁବକ ସମୟର ଚେହେରାରେ ଅଭିନୟ କରିଛନ୍ତି ନବାଗତା ଅଭିନେତା ଅମୀର ଦାସ । ନିଜର ଲୁକ୍ ପରିବର୍ତ୍ତନ କରିବା ସହ ଚାଲି ଚଳଣୀ, ଠାଣି ଏବଂ ବିଜୁବାବୁଙ୍କ ଭଳି କରିବା ପାଇଁ ଅନେକ ବହି ପଢିବା ସହ ତାଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ କରିବା ଏକ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି ଅମୀର । ଭାରତ ଇତିହାସରେ ଏମିତି ଅନେକ ଓଡ଼ିଆଙ୍କ ବୀରତ୍ବ ଗାଥା ରହିଛି ବୋଲି ସେ କହିଛନ୍ତି ।

ବିଜୁ ବାବୁଙ୍କର ଜାତୀୟ ତଥା ଆନ୍ତର୍ଜାତିୟ ସ୍ତରରେ ଅନେକ କାହାଣୀ ରହିଛି । ଯାହା ଏବେ ବି ଅନେକ ଲୋକ ଜାଣି ନାହାଁନ୍ତି । ତେଣୁ ଆଗାମୀ ଦିନରେ ବିଜୁ ବାବୁଙ୍କ ଜୀବନୀକୁ ନେଇ ସମ୍ପୂର୍ଣ୍ଣ ଫିଲ୍ମ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ୟଶ୍ ।

ଭୁବନେଶ୍ବରରୁ ଦେବସ୍ମିତ ରାଉତ, ଇଟିଭି ଭାରତ

ABOUT THE AUTHOR

...view details