ଓଡିଶା

odisha

By

Published : Apr 6, 2020, 6:48 PM IST

Updated : Apr 6, 2020, 7:26 PM IST

ETV Bharat / city

ରାଜ୍ୟରେ 7ଟି କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

ରାଜ୍ୟରେ 7ଟି କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଯେଉଁଥିରେ 1497ଟି ଶଯ୍ୟା ପ୍ରସ୍ତୁତ ରହିଛି । ଏହାସହ ଅଧିକ କୋଭିଡ୍‌ ହସ୍ପିଟାଲ ଖୋଲିବାକୁ ଉଦ୍ୟମ ଜାରି ରହିଛି ବୋଲି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

7 Covid-19 hospitals
ରାଜ୍ୟରେ 7ଟି କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ବର: ରାଜ୍ୟରେ 7ଟି କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଯେଉଁଥିରେ 1497ଟି ଶଯ୍ୟା ପ୍ରସ୍ତୁତ ରହିଛି । ଏହାସହ ଅଧିକ କୋଭିଡ୍‌ ହସ୍ପିଟାଲ ଖୋଲିବାକୁ ଉଦ୍ୟମ ଜାରି ରହିଛି ବୋଲି ଆଜି କୋରୋନା ନେଇ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

ରାଜ୍ୟରେ 7ଟି କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

କଟକର ଅଶ୍ବିନୀ ହସ୍ପିଟାଲରେ 100, ଯାଜପୁରର ଟାଟା ହସ୍ପିଟାଲରେ 150, କେନ୍ଦୁଝରର ଟାଟା ହସ୍ପିଟାଲରେ 50, ଭୁବନେଶ୍ବରର କିମ୍ସ ମେଡିକାଲ କଲେଜରେ 457, ସମ୍‌ ହସ୍ପିଟାଲରେ 500, ପୁରୀ ଆଇଡିଏଚ୍‌ରେ 40, ରାଉରକେଲାର ହାଇଟେକ୍‌ ମେଡିକାଲ କଲେଜରେ 200 ବେଡ୍‌ ରହିଥିବା ସେ କହିଛନ୍ତି ।

ସେପଟେ କୋରୋନାର ମୁକାବିଲା ପାଇଁ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ତାମିଲ ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏସସିବି ମେଡିକାଲ କଲେଜରେ 851 ଜଣ ଛାତ୍ରଛାତ୍ରୀ, ଏମକେସିଜିରେ 325 ଜଣ ଛାତ୍ରଛାତ୍ରୀ, ଭିମ୍‌ସାର ବୁର୍ଲାରେ 300 ଜଣ ଛାତ୍ରଛାତ୍ରୀ ଓ ଏମକେସିଜି 247 ଜଣ ଅଧ୍ୟାପକ ଓ ସ୍ନାତକ ଛାତ୍ରଛାତ୍ରୀଙ୍କୁ ମିଶାଇ ପ୍ରାୟ 1500 ଡାକ୍ତରୀ ଛାତ୍ରଛାତ୍ରୀ ତାମିଲ ନେଇଛନ୍ତି । ଏହାସହ 360 ଜିଲ୍ଲା ସ୍ତରୀୟ ମାଷ୍ଟରଟ୍ରେନର, 2264 ବ୍ଲକ୍‌ ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ 1888 ଟି ନମୂନା ପରୀକ୍ଷା ହୋଇଥିବାବେଳେ ସେଥିରୁ 39ଟି ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ବରର 31 ଜଣ, କଟକର ଜଣେ, ଭଦ୍ରକର 3 ଜଣ, ଯାଜପୁରର ଜଣେ ଓ କଳାହାଣ୍ଡିର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 2ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 6, 2020, 7:26 PM IST

ABOUT THE AUTHOR

...view details