ଓଡିଶା

odisha

By

Published : Dec 10, 2020, 6:46 PM IST

ETV Bharat / city

ରାଜ୍ୟରେ ବ୍ୟବସାୟର ସଫଳ ରୂପାୟନ ପାଇଁ 588 କୋଟି ହେବ ବିନିଯୋଗ

ରାଜ୍ୟରେ ବାଣିଜ୍ୟ ଅନୁକୂଳ ବାତାବରଣର ସଫଳ ରୂପାୟନ କରିବା ପାଇଁ 588 କୋଟି ଟଙ୍କା ବିନିଯୋଗ ହେବ ବୋଲି ଗୁରୁବାର ଲୋକସେବା ଭବନରେ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

588 crore  invested in the successful implementation of business in Odisha
ରାଜ୍ୟରେ ବ୍ୟବସାୟର ସଫଳ ରୂପାୟନ ପାଇଁ 588 କୋଟି ହେବ ବିନିଯୋଗ

ଭୁବନେଶ୍ବର: ରାଜ୍ୟରେ ବ୍ୟବସାୟ ଅନୁକୂଳ ବାତାବରଣର ସଫଳ ରୂପାୟନ ଦିଗରେ ଗୁରୁବାର ଲୋକସେବା ଭବନରେ ଏକ ବୈଠକ ବସିଥିଲା । ତେବେ ଏହି ଦିଗରେ 588 କୋଟି ଟଙ୍କା ପୁଞ୍ଜିନିବେଶ ହେବାକୁ ଥିବାବେଳେ 28ଟି ଶିଳ୍ପ ପ୍ରକଳ୍ପ ପାଇଁ ଇଡ୍‌କୋ ମାଧ୍ୟମରେ ଜମି ଯୋଗାଇ ଦିଆଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଇଡ୍‌କୋର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ ପ୍ରକଳ୍ପଗୁଡିକ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ପ୍ରକଳ୍ପଗୁଡିକ ମୁଖ୍ୟତଃ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କୃଷି-ଉପାଦାନ ପ୍ରକ୍ରିୟାକରଣ, ମୋଟରଯାନ, ପର୍ଯ୍ୟଟନ, ହାଲୁକା ଯନ୍ତ୍ରପାତି, ବିଭିନ୍ନ ପଦାର୍ଥ ମହଜୁଦ ନିମନ୍ତେ ଭଣ୍ଡାର ବ୍ୟବସ୍ଥା, ବିହନ ପ୍ରକ୍ରିୟାକରଣ ଏବଂ ସରଞ୍ଜାମ ନିର୍ମାଣ ଆଦି କ୍ଷେତ୍ର ଅନ୍ତଭୁର୍କ୍ତ ବୋଲି ସେ କହିଛନ୍ତି ।

ନିୟମ ଅନୁଯାୟୀ ପ୍ରକଳ୍ପଗୁଡ଼ିକ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସିଙ୍ଗିଲ୍‌ ଓ୍ବିଣ୍ଡୋ କମିଟି ଏବଂ ବିଭିନ୍ନ ସରକାରୀ ନୋଡାଲ ବିଭାଗ ମାନଙ୍କ ଦ୍ବାରା ସୁପାରିଶ କରାଯାଇଛି । ବୈଷୟିକ କମିଟି ଦ୍ବାରା ମଧ୍ୟ ଏଗୁଡ଼ିକର ଯାଞ୍ଚ କରାଯାଇଛି । ଶିଳ୍ପାୟନ ନିମନ୍ତେ ଏହି ପ୍ରକଳ୍ପ ଗୁଡିକର ଗୁରୁତ୍ବ ଏବଂ ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ଉପଲବ୍ଧ ରହିଛି । ପ୍ରକଳ୍ପ ଗୁଡିକୁ ଜମି ଆବଣ୍ଟନ ନିମନ୍ତେ ନିତୀଗତ ଅନୁମୋଦନ ଦେଇ ଇଡ୍‌କୋ ଦ୍ବାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଉଦ୍ୟୋଗୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପ ଗୁଡିକର ତ୍ବରିତ କାର୍ଯ୍ୟ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟସ୍ତରୀୟ ସିଙ୍ଗିଲ୍‌ ଓ୍ବିଣ୍ଡୋ ଏବଂ ନୋଡାଲ୍‌ ବିଭାଗମାନଙ୍କ ମାଧ୍ୟମରେ ଆସିଥିବା ୧୨ ଟି ଏବଂ ଜିଲ୍ଲାସ୍ତରୀୟ ସିଙ୍ଗିଲ୍‌ ଓ୍ବିଣ୍ଡୋ ମାଧ୍ୟମରେ ଆସିଥିବା 15ଟି ପୁଞ୍ଜି ନିବେଶ ପ୍ରସ୍ତାବକୁ ବୈଠକରେ ଜମି ଆବଣ୍ଟନ କରାଯାଇଥିଲା । ମୁଖ୍ୟତଃ ବି-ଓ୍ବାନ୍‌ ବିଜନେସ୍‌ ହାଉସ୍‌ ପ୍ରାଇଭେଟ୍‌ ଲିଃର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଫାଲକନ୍‌ ସାମୁଦ୍ରିକ ଚିଙ୍ଗୁଡି ପ୍ରକ୍ରିୟାକରଣ, ଏବଂ ଇନ୍‌ଟେକ୍‌ ଇଣ୍ଡିଆ ଲିମିଟେଡର ଚିଙ୍ଗୁଡି ଖାଦ୍ୟ ଉତ୍ପାଦନ ଉଦ୍ୟୋଗ ପାଇଁ ଡେରାସ୍‌ ର ସି-ଫୁଡ୍‌ ପାର୍କରେ ଜମି ଦେବା ନିମନ୍ତେ ନିଷ୍ପତ୍ତି ହୋଇଥିଲା ।

ସେହିପରି ୟୁବିଏନ୍‌ ସଫ୍‌ଟ୍‌ଓୟାର ୟୁନିଟ୍‌ ଏବଂ ରାଜ୍ୟ ଡାଟା ସେଣ୍ଟର ପାଇଁ ଇନ୍‌ଫୋଭ୍ୟାଲି-୨ ଶିଳ୍ପାଞ୍ଚଳ, ବିଶ୍ବ କୌଶଳ କେନ୍ଦ୍ର ପାଇଁ ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ଅଟୋମୋବାଇଲ୍‌ କ୍ଲଷ୍ଟର ପାଇଁ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ତହସିଲ ଏବଂ ପାହାଳ ରସୋଗୋଲା ‘କମନ ଫେସିଲିଟି ସେଣ୍ଟର’ ପାଇଁ ଖୋର୍ଦ୍ଧା ଜିଲ୍ଲାର ଅନନ୍ତପୁରଠାରେ ଜମି ଦିଆଯିବା ନିମନ୍ତେ ନିଷ୍ପତ୍ତି ହୋଇଛି । ଜିଲ୍ଲା ସିଙ୍ଗିଲ୍‌ ଓ୍ବିଣ୍ଡୋ କମିଟି ମାନଙ୍କଠାରୁ ମିଳିଥିବା ସୁପାରିଶ ଅନୁସାରେ 16ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଭୁବନେଶ୍ବର, ଛତାବର, ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, ଯାଆଁଳା ଏବଂ ଚନ୍ଦକା ଆଦି ଶିଳ୍ପାଞ୍ଚଳରେ ଜମି ଦେବା ନିମନ୍ତେ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details