ଓଡିଶା

odisha

By

Published : Jan 15, 2022, 9:18 PM IST

ETV Bharat / city

Odisha Covid Recovery Report: ରାଜ୍ୟରୁ ସୁସ୍ଥ ହେଲେ ଆଉ 3220 କୋଭିଡ ସଂକ୍ରମିତ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 3220 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 55 ହଜାର 615କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery Report: ରାଜ୍ୟରୁ ସୁସ୍ଥ ହେଲେ ଆଉ 3220 କୋଭିଡ ସଂକ୍ରମିତ
Odisha Covid Recovery Report: ରାଜ୍ୟରୁ ସୁସ୍ଥ ହେଲେ ଆଉ 3220 କୋଭିଡ ସଂକ୍ରମିତ

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 3220 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 55 ହଜାର 615କୁ ବୃଦ୍ଧି ହୋଇଛି ।

ସୁନ୍ଦରଗଡରୁ ୭୬୨ ଜଣ ସର୍ବାଧିକ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ ପରେ ଖୋର୍ଦ୍ଧାରୁ ୬୦୪ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି । ସମ୍ବଲପୁରରୁ ୩୭୨, କଟକରୁ ୩୪୬, ଝାରସୁଗୁଡାରୁ ୨୫୪, ନବରଙ୍ଗପୁରରୁ ୧୬୯, , ମୟୂରଭଞ୍ଜରୁ ୧୧୩,କୋରାପୁଟରୁ ୬୩, ସୋନପୁରରୁ ୫୮, କେନ୍ଦୁଝରରୁ ୫୪ ଓ ପୁରୀରୁ ୫୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସେହିପରି ଅନୁଗୋଳରୁ ୩୫, ଯାଜପୁରରୁ ୩୦, ଗଜପତିରୁ ୨୮, ବରଗଡରୁ ୨୧, ଦେଓଗଡରୁ ୨୦, ଗଞ୍ଜାମରୁ ୨୦ ଓ ଜଗତସିଂହପୁରୁ ୨୦ ଜଣ ସୁସ୍ଥ ହୋଇଛନ୍ତି । କଳାହାଣ୍ତିରୁ ୧୪, ଢେଙ୍କାନାଳରୁ ୮, ଭଦ୍ରକରୁ ୭, ବଲାଙ୍ଗୀରରୁ ୬, କନ୍ଧମାଳରୁ ୬,ନୟାଗଡରୁ ୩, ବାଲେଶ୍ବରରୁ ୨, କେନ୍ଦ୍ରାପଡାରୁ ୨ ଜଣ ସୁସ୍ଥ ହୋଇଛନ୍ତି । ଷ୍ଟେଟପୋଲ ସଂଖ୍ୟା ରହିଛି ୧୪୯ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details