ଓଡିଶା

odisha

By

Published : May 4, 2022, 9:07 PM IST

ETV Bharat / city

Brajaraj Nagar By Poll: 279ଟି ବୁଥରେ ମତ ଦେବେ 2 ଲକ୍ଷରୁ ଅଧିକ ଭୋଟର

ବ୍ରଜରାଜନଗର ଉପ ନିର୍ବାଚନ ଲାଗି ଆବଶ୍ୟକ ଥିବା ସମସ୍ତ ଇଭିଏମ ଜିଲ୍ଲା ପ୍ରଶାସନ ପାଇଁ ଉପଲବ୍ଧ କରାଯାଇଛି । 699 ବାଲଟ ୟୁନିଟ, 686 କଣ୍ଟ୍ରୋଲ ୟୁନିଟ, 700 ଭିଭିପାର୍ଟ ଉପଲବ୍ଧ ଅଛି । ପ୍ରଥମସ୍ତରର ତନଖି ଟେକ୍ନିକାଲ ଇଂଜିନିୟରଙ୍କ ଦ୍ବାରା କରାଯାଇଛି । ଏହାପରେ ଦ୍ଵିତୀୟ ଓ ତୃତୀୟ ସ୍ତରର ତନଖି କରାଯିବ । ନିର୍ବାଚନ ଆୟୋଗ ଜାରି କରାଯାଇଥିବା କୋଭିଡ କଟକଣାକୁ ନିର୍ବାଚନ ଓ ଏହାର ପ୍ରକ୍ରିୟା ସମୟରେ ଅନୁପାଳନ କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଅଧିକ ପଢନ୍ତୁ

279 ଟି ବୁଥରେ ମତ ଦେବେ ପ୍ରା 279 ଟି ବୁଥରେ ମତ ଦେବେ ପ୍ରାୟ 2 ଲକ୍ଷରୁ ଅଧିକ ଭୋଟରୟ 2 ଲକ୍ଷରୁ ଅଧିକ ଭୋଟର
279 ଟି ବୁଥରେ ମତ ଦେବେ ପ୍ରାୟ 2 ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନ ନେଇ ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସାମ୍ବାଦିକ ସାମ୍ମିଳନୀରେ କରି ଏନେଇ ସୂଚନା ଦେଇଛନ୍ତି ସିଇଓ ସୁଶୀଲ କୁମାର ଲୋହାନୀ । ବ୍ରଜରାଜନଗର ନଗରର ମୋଟ ଭୋଟର ସଂଖ୍ୟା ହେଉଛି 2 ଲକ୍ଷ 14 ହଜାର 745 । ପୁରୁଷ ଭୋଟରଙ୍କ ସଂଖ୍ୟା 1 ଲକ୍ଷ 9 ହଜାର 989 ହୋଇଥିବାବେଳେ ମହିଳାଙ୍କ ସଂଖ୍ୟା 1 ଲକ୍ଷ 4 ହଜାର 739 । ସେହିପରି ତୃତୀୟ ଲିଙ୍ଗ ବା କିନ୍ନର ଭୋଟରଙ୍କ ସଂଖ୍ୟା 17 ରହିଛି । ଭିନ୍ନକ୍ଷମ ଭୋଟର ସଂଖ୍ୟା ହେଉଛି 3519 । ସେମାନଙ୍କ ମଧ୍ୟରୁ 1943 ଜଣ ପୁରୁଷ ଓ 1576 ଜଣ ମହିଳା ଭିନ୍ନକ୍ଷମ ଭୋଟ ଅଛନ୍ତି । ସେହିପରି 80 ବର୍ଷର ଉର୍ଦ୍ଧ୍ବ ଭୋଟରଙ୍କ ସଂଖ୍ୟା ହେଉଛି 3187 । ସେଥିମଧ୍ୟରୁ 1432 ଜଣ ପୁରୁଷ ଓ 1695 ମହିଳା ବୟସ୍କ ଭୋଟର ରହିଛନ୍ତି । ନିର୍ବାଚନ ମଣ୍ଡଳୀର ସମସ୍ତଙ୍କୁ EPIC ନମ୍ବର ଦିଆଯାଇଛି । ଯେଉଁମାନେ ଭୋଟର ତାଲିକାରେ ସାମିଲ ହୋଇନାହାଁନ୍ତି, ସେମାନେ ମେ 11 ତାରିଖ ସୁଦ୍ଧା ତାଲିକାରେ ଯୋଡି ହୋଇପାରିବେ । ଉପ-ନିର୍ବାଚନରେ ମୋଟ 279 ଟି ବୁଥ ବ୍ୟବସ୍ଥା କରାଯାଇଛି । ପୂର୍ବରୁ 257 ବୁଥ ଥିବାବେଳେ 22 ଟି ଅତିରିକ୍ତ ବୁଥ ବ୍ୟବସ୍ଥା କରାଯାଇଛି । କୋଭିଡ ସମୟରେ 1400 ଭୋଟରଙ୍କ ପାଇଁ ଗୋଟିଏ ଲେଖାଏଁ ବୁଥ ଥିବା ବେଳେ ଏବେ 1250 ଭୋଟରଙ୍କ ପାଇଁ ଗୋଟିଏ ବୁଥ ହେବ ।

BrajarajNagar ByPoll: 279 ଟି ବୁଥରେ ମତ ଦେବେ ପ୍ରାୟ 2 ଲକ୍ଷରୁ ଅଧିକ ଭୋଟର

ନିର୍ବାଚନ ଲାଗି ଆବଶ୍ୟକ ଥିବା ସମସ୍ତ ଇଭିଏମ ଜିଲ୍ଲା ପ୍ରଶାସନ ପାଇଁ ଉପଲବ୍ଧ କରାଯାଇଛି । 699 ବାଲଟ ୟୁନିଟ, 686 କଣ୍ଟ୍ରୋଲ ୟୁନିଟ, 700 ଭିଭିପାର୍ଟ ଉପଲବ୍ଧ ଅଛି । ପ୍ରଥମସ୍ତରର ତନଖି ଟେକ୍ନିକାଲ ଇଂଜିନିୟରଙ୍କ ଦ୍ବାରା କରାଯାଇଛି । ଏହାପରେ ଦ୍ଵିତୀୟ ଓ ତୃତୀୟ ସ୍ତରର ତନଖି କରାଯିବ । ନିର୍ବାଚନ ଆୟୋଗ ଜାରି କରାଯାଇଥିବା କୋଭିଡ କଟକଣାକୁ ନିର୍ବାଚନ ଓ ଏହାର ପ୍ରକ୍ରିୟା ସମୟରେ ଅନୁପାଳନ କରାଯିବ । ଏହା ସହ ରାଜ୍ୟ ସରକାର ଓ ଏସଆରସି ମଝିରେ ମଝିରେ ଦେଉଥିବା ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯିବ । ଯେଉଁ ବ୍ୟକ୍ତି କୋଭିଡ ପଜିଟିଭ ଥିବେ କିମ୍ବା ଲକ୍ଷଣ ଥିବ ସେମାନେ ଶେଷ ଘଣ୍ଟାରେ ଭୋଟ ଦେବା ଲାଗି ବ୍ୟବସ୍ଥା କରାଯିବ । 80 ବର୍ଷରୁ ଉର୍ଦ୍ଧ୍ବ କିମ୍ବା ଭିନ୍ନକ୍ଷମ ଭୋଟର ଚାହିଁଲେ ଘରେ ବସିକି ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେଇପାରିବେ । ଏଥିପାଇଁ ବିଏଲଓ ମାନେ ସେମାନଙ୍କ ପାଖକୁ ଯାଇ ମତାମତ ଆଣିବେ ।

ଏଥିପାଇଁ ସ୍ବତନ୍ତ୍ର ଫର୍ମ ରହିଛି । ପୋଷ୍ଟାଲ ବାଲଟ ବ୍ୟବସ୍ଥା ରହିବ । ପ୍ରାର୍ଥୀ ମାନେ ସେମାନେ ଅପରାଧିକ ତଥ୍ୟ ଘୋଷଣା ଦେବେ । ଖବର କାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଜନସାଧାରଣଙ୍କୁ ଜଣାଇବେ । ଭୋଟିଂ ପୂର୍ବରୁ 3 ଥର ଏପରି କରିବେ । ପର୍ଯ୍ୟବେକ୍ଷକ ମାନେ ନିର୍ବାଚନ ମଣ୍ଡଳୀକୁ ଯିବେ । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥର ତଥ୍ୟ ସଂଗ୍ରହ କରିବେ । ଏହା ପରେ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯିବ । ଗ୍ରାଉଣ୍ଡରୁ ତଥ୍ୟ ଆସିବା ପରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ପୋଲିସ ଫୋର୍ସ ମୃତୟନ ହେବେ । ମେ 31 ରେ ନିର୍ବାଚନ ହେବାକୁ ଥିବାବେଳେ 3 ଜୁନରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ମେ 11 ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ । ସେହିପରି ମେ 12 ରେ ନାମାଙ୍କନ ଯାଞ୍ଚ କରାଯିବ । 5 ଜୁନ ସୁଦ୍ଧା ନିର୍ବାଚନର ସମସ୍ତ କାର୍ଯ୍ୟ ଶେଷ ହେବ । ଝାରସୁଗୁଡା ଜିଲ୍ଲା ପାଇଁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details