ଓଡିଶା

odisha

ରାଜ୍ୟରେ ୧୯,୩୬୧ ଜଣ ଗର୍ଭବତୀ ମହିଳାଙ୍କୁ ଦିଆଯାଇଛି କୋରୋନା ଟିକା

By

Published : Jul 26, 2021, 2:15 PM IST

ରାଜ୍ୟରେ ଟୀକାକରଣକୁ ତ୍ୱରାନ୍ୱିତ କରାଯାଉଥିବା ବେଳେ ଗର୍ଭବତୀ ମାନେ ଟିକା ନେବା ପାଇଁ ଅଗକୁ ଆସୁଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ୧୯,୩୬୧ ଜଣ ଗର୍ଭବତୀ ଟିକା ନେଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ  ୧୯,୩୬୧ ଜଣ ଗର୍ଭବତୀ ମହିଳାଙ୍କୁ ଦିଆଯାଇଛି କୋରୋନା ଟିକା
ରାଜ୍ୟରେ ୧୯,୩୬୧ ଜଣ ଗର୍ଭବତୀ ମହିଳାଙ୍କୁ ଦିଆଯାଇଛି କୋରୋନା ଟିକା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗର୍ଭବତୀ ମହିଳାଙ୍କୁ ଟୀକାରରଣ । ୧୦ ଦିନ ମଧ୍ୟରେ ରାଜ୍ୟରେ ଟିକା ନେଲେଣି ୧୯ ହଜାର ୩୬୧ ଜଣ ଗର୍ଭାବତୀ ମହିଳା। ରାଜ୍ୟରେ ଗତ 16 ତାରିଖରେ ଆରମ୍ଭ ହୋଇଥିଲା ଗର୍ଭବତୀଙ୍କୁ ଟୀକାକରଣ ।

ତେବେ ରାଜ୍ୟରେ ମୋଟ 18-44 ବର୍ଷ ମଧ୍ୟରେ ପ୍ରଥମ ଡୋଜ 44,20,222 (22.8 %) ନେଇଥିବା ବେଳେ 18-44 ବର୍ଷର ଦ୍ୱିତୀୟ ଡୋଜ ନେଇଛନ୍ତି 3,15,981ଜଣ । ସେହିପରି 45 ବର୍ଷରୁ ଉର୍ଦ୍ଧ୍ବ ପ୍ରଥମ ଡୋଜ 64,65,653 ( 55.7 %) ଜଣ ଟିକା ନେଇଥିବା ବେଳେ ଦ୍ୱିତୀୟ ଡୋଜ ନେଇଛନ୍ତି 28,91,844 ଜଣ । ତେବେ ରାଜ୍ୟରେ ମୋଟ ଟିକା ନେଲେଣି 1,52,82,523 ଜଣ। ରାଜ୍ୟରେ କୋଭିସିଲଡ଼ 9,92,010 ଡୋଜ ରହିଥିବା ବେଳେ କୋଭାକ୍ସିନ ରହିଛି 32,390ଟି ଡୋଜ।

ଭୁବନେଶ୍ବରରୁ ବିକାଶ ଦାସ , ଇଟିଭି ଭାରତ

ABOUT THE AUTHOR

...view details