ଓଡିଶା

odisha

ବିକ୍ରମ ବେତାଳ ଲୁଚକାଳିର ଅନ୍ତ, ୧୩ ବର୍ଷ ପୂର୍ବ ହତ୍ୟାକାରୀକୁ ଧରିଲା ପୋଲିସ

By

Published : Mar 14, 2021, 3:06 PM IST

ମଞ୍ଚେଶ୍ବର ପଳାଶୁଣି ସାଇଫୁନ ନିକଟରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡର ବଡ ଖୁଲାସା । 13 ବର୍ଷ ତଳର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନାକୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

୧୩ ବର୍ଷ ତଳର ମର୍ଡରରକୁ ପୋଲିସ ଧରିଲା
୧୩ ବର୍ଷ ତଳର ମର୍ଡରରକୁ ପୋଲିସ ଧରିଲା

ଭୁବନେଶ୍ବର: ମଞ୍ଚେଶ୍ବର ପଳାଶୁଣି ସାଇଫୁନ ନିକଟରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡର ବଡ ଖୁଲାସା । 13 ବର୍ଷ ତଳର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନାକୁ ପୋଲିସ ଗିରଫ କରିଛି । ଦୀର୍ଘ ୧୩ ବର୍ଷ ଧରି ଭୁବନେଶ୍ବରରୁ ଫେରାର ଥିଲା ସେ । ତେବେ ବିକ୍ରମାଦିତ୍ୟର ଲୁଚକାଳି ଖେଳର ସୁରାକ ପାଇ ତାକୁ ଗିରଫ କରିଥିଲା କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ।

୧୩ ବର୍ଷ ତଳର ମର୍ଡରରକୁ ପୋଲିସ ଧରିଲା

2008ରୁ ହତ୍ୟା ପରେ ପୁଣେ ପଳାଇଥିଲା ଅଭିଯୁକ୍ତ । ସେଠାରେ ନିଜର କିଛି ପୁରୁଣା ସହଯୋଗୀଙ୍କ ସହ ରହିବା ପରେ ଜିମ ଟ୍ରେନର ଭାବେ କାମ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ହଠତ 2017 ରେ ସଡକ ଦୁର୍ଘଟଣାରେ ଶିକାର ହୋଇଥିଲା। ଦୁର୍ଘଟଣା ଯୋଗୁଁ କିଛି କାମ କରିପାରୁନଥିବାରୁ ଶେଷରେ ୧୩ ବର୍ଷ ପରେ ଓଡିଶା ଫେରିଥିଲା। ଭୁବନେଶ୍ବରରେ ନିଜ ଘର ଲୋକଙ୍କ ସହ ରହୁଥିଲା। ପୁରୁଣା ମାମଲାର ରିଓପନ ବେଳେ ହତ୍ୟାକାରୀକୁ ଖୋଜା ପଡିଥିଲା ।

ଅଭିଯୁକ୍ତର ଘର ଆଗରେ 3 ଦିନ ଡେରା ପକାଇବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିକ୍ରମାଦିତ୍ୟ ୩୦ ବର୍ଷ ବୟସରେ ଅର୍ଥାତ ୨୦୦8ରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିକୁ ନିଜ ଭାଇ ସାଗର ଜେନା ଓ ତାର କିଛି ସାଙ୍ଗ ସୁନିଲ ଜେନା , ସୁଶିଲ ସାମନ୍ତ ରାୟ, ମାନସ ରଞ୍ଜନ ବେଦାନ୍ତ ସହ ମିଶି ପୂର୍ବ ଶତୃତାକୁ ନେଇ ହତ୍ୟା କରିଥିଲା । ଅଭିଯୁକ୍ତମାନେ ମଞ୍ଚେଶ୍ବରସ୍ଥିତ ପଳାଶୁଣି ନିକଟରେ ଥିବା ସାଇଫୁନରେ ମୁଣ୍ଡ ଓ ଗଳାକୁ ଆକ୍ରମଣ କରି ହତ୍ୟା ପରେ ସ୍ବିଫ୍ଟ କାରରେ ଫୋପାଡି ଦେଇଥିଲେ । ପରେ ଏହି ଘଟଣାରେ ସେତେବଳେ ସୁନୀଲ, ସାଗର, ମାନସ ସହ ସୁଶିଲକୁ ପୋଲିସ ଗିରଫ କରିଥିଲା ହେଲେ ବିକ୍ରମ ଫେରାର ଥିଲା।

ପ୍ରକାଶଥାଉକି, କଲେଜ ବେଳର ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିଲା । ୨୦୦୧ରେ ମାନସ ରଞ୍ଜନ, ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ର ନେତା ଥିଲେ । ସେହି ସମୟରେ ମୃତକ ସୁମନ୍ତ ମହାନ୍ତି ମଧ୍ୟ ସେହି କଲେଜର ସିନିୟର ଛାତ୍ର ଥିଲେ। କଲେଜରେ ଏକ ଗଣ୍ଡଗୋଳକୁ ନେଇ ସୁମନ୍ତ ଓ ମାନସ ମଧ୍ୟରେ ତିକ୍ତତା ଥିଲା ଏପରିକି ମାନସ ମଧ୍ୟ ଖାରବେଳନଗର ଥାନାର ଏକ ମାମଲାରେ ଗିରଫ ହୋଇଥିଲା । ଏହାକୁ ନେଇ ସୁମନ୍ତ ଉପରେ ମାନସର ରାଗ ରହିଥିଲା।

ତେବେ ସେବେଠୁ ରାଗ ସୁଝାଇବାକୁ ମଉକା ଖୋଜୁଥିଲେ ମାନସ ଓ ତାର ସହଯୋଗୀ। ତେବେ ସୁମନ୍ତକୁ ଜଣେ ନିର୍ଦ୍ଦେଶକ ଡକାଇଛନ୍ତି କହି ଘରୁ ଫୋନକରି ଡାକି ନେଇ ହତ୍ୟା କରିଥିଲେ । ତେବେ ସୁମନ୍ତ ଘରକୁ ନଫେରିବାରୁ ଘର ଲୋକେ ଅର୍ଥାତ ବିପିନ ମହାନ୍ତି ପୋଲିସରେ ଅଭିଯୋଗ କରିଥିଲେ। ଆଇଟି ପ୍ରଫେସନରେ ଥିଲେ ଅଭିଯୁକ୍ତ ବିକ୍ରମାଦିତ୍ୟ । ସେ ଆଇବିଏମର ଟ୍ରେନିଂ ନେବା ସହ ହାଇଦ୍ରାବାଦରେ ପଢିଲା ବେଳେ କିଛି ସାଙ୍ଗଙ୍କ ସହଯୋଗରେ ସେ ପୁଣେରେ ରହୁଥିଲା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details