ଓଡିଶା

odisha

By

Published : Aug 23, 2020, 11:58 AM IST

ETV Bharat / city

ରାଜ୍ୟରେ ପୁଣି 10 ମୁଣ୍ଡ ନେଲା କିଲର କୋରୋନା, ମୃତ୍ୟୁ ସଂଖ୍ୟା 400 ପାର୍‌

ରାଜ୍ୟରେ କ୍ରମାଗତ ଭାବରେ ବଢି ଚାଲିଛି କୋରୋନା ମୃତ୍ୟୁ ହାର । ଆଜି ପୁଣି 10 କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ 409ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା ।

ପୁଣି 10 ମୁଣ୍ଡ ନେଲା କୋରୋନା,  400 ପାର କଲା ମୃତ୍ୟୁ ସଂଖ୍ୟା
ପୁଣି 10 ମୁଣ୍ଡ ନେଲା କୋରୋନା, 400 ପାର କଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର:ରାଜ୍ୟରେ କ୍ରମାଗତ ଭାବରେ ବଢି ଚାଲିଛି କୋରୋନା ମୃତ୍ୟୁ ହାର । ଆଜି ପୁଣି 10 କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ 409ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା ।

ବଲାଙ୍ଗୀରର 47 ବର୍ଷର ପୁରୁଷ, ଗଞ୍ଜାମର 60, 61 ଓ 70 ବର୍ଷର ପୁରୁଷ, ନୟାଗଡର 58 ବର୍ଷର ପୁରୁଷ, ରାୟଗଡାର 56 ଓ 45 ବର୍ଷର ପୁରୁଷ, କଟକର 87 ବର୍ଷର ମହିଳା ଓ 75 ବର୍ଷର ପୁରୁଷ, ଗଜପତିର 45 ବର୍ଷର ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି ।

ରାଜ୍ୟରେ ଜିଲ୍ଲାର ମୃତ୍ୟୁ ତଥ୍ୟ ଦେଖିଲେ ଗଂଜାମରେ 174 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧାରେ 54ଜଣ, ସୁନ୍ଦରଗଡରେ 26 ଜଣ, ରାୟଗଡାରେ 20 ଜଣ, ଗଜପତିରେ 17 ଜଣ, କଟକରେ 24 ଜଣ, ସୁନ୍ଦରଗଡରେ 2 ଜଣ, ସମ୍ବଲପୁରରେ 8 ଜଣ, ପୁରୀରେ 10 ଜଣ, ନୟାଗଡରେ 11 ଜଣ, ନବରଙ୍ଗପୁରରେ 1, ମୟୁରଭଞ୍ଜରେ 3 ଜଣ, ମାଲକାନଗିରିରେ 4 ଜଣ, କୋରାପୁଟରେ 3 ଜଣ, କେନ୍ଦୁଝରରେ 5 ଜଣ, କେନ୍ଦ୍ରାପଡାରେ 3 ଜଣ, କନ୍ଧମାଳରେ 7 ଜଣ, କଳାହାଣ୍ଡିରେ 2 ଜଣ, ଝରସୁଗୁଡ଼ାରେ 1, ଯାଜପୁରରେ 4 ଜଣ , ଜଗତସିଂହପୁରରେ 2 ଜଣ, ଢେଙ୍କାନାଳରେ 2 ଜଣ, ବଲାଙ୍ଗୀରରେ 3 ଜଣ, ଭଦ୍ରକରେ 6 ଜଣ, ବରଗଡରେ 5 ଜଣ, ବାଲେଶ୍ୱରରେ 8 ଜଣ ଓ ଅନୁଗୋଳରେ 4 ଜଣଙ୍କର ମୃତ୍ୟୁ ଘଟିଛି । ତେବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 409ରେ ପହଞ୍ଚିଛି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details