ଓଡିଶା

odisha

By

Published : Jul 16, 2020, 3:13 AM IST

ETV Bharat / city

କୋଭିଡ ଗାଇଡଲାଇର ଉଲ୍ଲଂଘନ ନେଇ ବାସୁଦେବପୁରର ହୋଟେଲ ସିଲ

ଅନଲକ-2 ଗାଇଡଲାଇନର ଉଲ୍ଲଂଘନ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁରର କିଛି ହୋଟେଲ ଉପରେ ଚଢାଉ କରି ଏଗୁଡିକୁ ସିଲ କରିଦେଇଛି ପ୍ରଶାସନ । ଅଧିକ ପଢନ୍ତୁ...

କୋଭିଡ ଗାଇଡଲାଇର ଉଲ୍ଲଂଘନ ନେଇ ବାସୁଦେବପୁରର ହୋଟେଲ ସିଲ
କୋଭିଡ ଗାଇଡଲାଇର ଉଲ୍ଲଂଘନ ନେଇ ବାସୁଦେବପୁରର ହୋଟେଲ ସିଲ

ଭଦ୍ରକ: ମହାମାରୀ କୋରୋନା ସଂକ୍ରମଣ କାରଣରୁ ଏବେ ଦେଶରେ ଦେଶରେ ଜାରି ରହିଛି ଅନଲକ-2 । ଏଥିରେ କିଛିଟା ନିୟମରେ କୋହଳ କରାଯାଇଛି । ହେଲେ ମାସ୍କ ଆଉ ସାମାଜିକ ଦୂରତା ସହିତ ଗୋଟିଏ ଜାଗାରେ 7 ଜଣରୁ ଅଧିକ ଲୋକ ରହିପାରିବେ ନାହିଁ ବୋଲି ନିୟମ କରିଛନ୍ତି ସରକାର । ଏହା ସହିତ ହୋଟେଲ ଗୁଡିକରେ କେବଳ ପାର୍ସଲ ବ୍ୟତିତ କେହି ବସି ଖାଇପାରିବେ ନାହିଁ ବୋଲି କଟକଣା ଲାଗୁ ହୋଇଛି । ହେଲେ ଏହି ନିୟମକୁ ବାସୁଦେବପୁର ବଜାରର କିଛି ହୋଟେଲ ମାନୁ ନଥିବା ଘଟଣା ସାମ୍ନାକୁ ଆସିଛି ।

କୋଭିଡ ଗାଇଡଲାଇର ଉଲ୍ଲଂଘନ ନେଇ ବାସୁଦେବପୁରର ହୋଟେଲ ସିଲ

ତେବେ ନିୟମ ଉଲ୍ଲଂଘନର ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ତହସିଲଦାର ବାସୁଦେବପୁର ବଜାରରେ ଥିବା କିଛି ହୋଟେଲ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ହୋଟେଲଗୁଡିକ ଭିତରେ ଲୋକେ ବସି ଖାଉଥିବା ଘଟଣା ଜଣାପଡିଥିଲା । ପରେ ପ୍ରଶାସନ ତରଫରୁ ଏହି ହୋଟେଲଗୁଡିକୁ ସିଲ କରିଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details